ଦେଶରେ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୩୫୩ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହର । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ ଲକ୍ଷ ୧୭ ହଜାର ୩୫୩ ପଜିଟିଭ । କରୋନାରେ ଯାଇଛି ଆଉ ୧୧୮୫ ଜୀବନ ଯାଇଛି । ସେହିପରି କରୋନାରେ ସୁସ୍ଥ ହୋଇଛନ୍ତି ଆଉ ୧ ଲକ୍ଷ ୧୮ ହଜାର ୩୦୨ ସଂକ୍ରମିତ । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭ରେ ପହଞ୍ଚିଛି ।

ସେମଧ୍ୟରୁ ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଏବେବି ୧୫ ଲକ୍ଷ ୬୯ ହଜାର ୭୪୩ ସକ୍ରିୟ ମାମଲା ରହିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୭୪ ହଜାର ୩୦୮ରେ ପହଞ୍ଚିଛି । ସେପେଟେ ଦେଶରେ ଟିକାକରଣ ଜାରିଥିବା ବେଳେ ଏବେ ସୁଦ୍ଧା ମୋଟ ୧୧ କୋଟି ୭୨ ଲକ୍ଷ ୨୩ ହଜାର ୫୦୯ ଜଣଙ୍କୁ ଦିଆଯାଇଛି ଟିକା ।

Leave a Reply