ଧରାପଡ଼ିଲା ପାକିସ୍ତାନର ପଣ୍ଡୁବି ମିଛ

1 min read

ନୂଆଦିଲ୍ଲୀ: ଭିକାରୀ ପାକିସ୍ତାନର ପୁଣି ଏକ ମିଛର ପର୍ଦ୍ଦାଫାସ କରିଛି ଭାରତ । ଭାରତର ଏକ ପଣ୍ଡୁବିକୁ ପାକିସ୍ତାନ ନିଜ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଅଟକାଇ ଥିବାର ଏକ ଭିଡିଓ ଜାରି କରିଥିଲା । ଭାରତ ଉପରେ ଦୋଷ ଲଦି ନିଜ ଟେକ୍ନୋଲଜି ବହୁତ ସୁଦୃଢ଼ ଥିବା ଓ ଲୁଚିଛପି ଜଳପଥ ଦେଇ କେହି ସେମାନଙ୍କ ଦେଶରେ ପ୍ରବେଶ କରି ପାରିବେନି ବୋଲି ଦେଖାଇବାକୁ ଚାହିଁଥିଲା ପାକିସ୍ତାନ । ହେଲେ ସବୁଥର ପରି ଏଥର ବି ପାକିସ୍ତାନକୁ ଆଇନା ଦେଖାଇଛି ଭାରତ ଓ ଭିଡିଓର ପ୍ରକୃତ ସତ ପଦାକୁ ଆଣିଛି ।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ମଙ୍ଗଳବାର ଏକ ଭୁଡିଓ ଜାରି କରିଥିଲା । ଏଥିରେ କୁହାଯାଇଥିଲା, ଗତ ୧୬ ତାରିଖରେ ଭାରତର ଏକ ପଣ୍ଡୁବି ପାକିସ୍ତାନ ଜଳସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ପାକିସ୍ତାନ ନୌସେନା ଏହାକୁ ଟ୍ରାକ କରି ନେଇଥିଲା ଓ ଭାରତୀୟ ପଣ୍ଡୁବିକୁ ଫେରିବାକୁ ପଡିଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଭାରତୀୟ ନୌସେନା ସିଧାସଳଖ ପାକିସ୍ତାନର ଏପରି ଅଭିଯୋଗକୁ ଖଣ୍ଡନ କରିଛି । ଭାରତୀୟ ନୌସେନା ସୂତ୍ରରୁ ଜଣାପଡିଛି ଜିପିଏସ ନିର୍ଦ୍ଦେଶାଂକ ଅନୁସାରେ ଭିଡିଓରେ ଥିବା ପଣ୍ଡୁବିର ସ୍ଥିତି କରାଚୀରୁ ୧୪୦-୧୫୦ ନଟିକାଲ ମାଇଲରେ ରହିଛି । ଯାହା ଆନ୍ତର୍ଜାତୀୟ ଜଳସୀମା ମଧ୍ୟରେ ଆସୁଛି । ଯେଉଁଠି ଟେରିଟୋରିଆାଲ ଜଳସୀମା କୂଳରୁ ମାତ୍ର ୧୨ ନଟିକାଲ ମାଇଲ ପର୍ଯ୍ୟନ୍ତ ରହିଥାଏ । ଭିଡିଓରେ ଦେଖାଯାଇଥିବା ପଣ୍ଡୁବି ଅନ୍ୟ କୌଣସି ଦେଶର ବି ହୋଇପାରେ ।

ଅନ୍ୟପକ୍ଷରେ ପାକିସ୍ତାନ ନୌସେନା ଭାରତୀୟ ପଣ୍ଡୁବିକୁ ଅଟକାଇ ଖବର ଶୁଣି ପାକିସ୍ତାନର ଅଧାପଢ଼ା ନେତା ସତମିଛ ନଜାଣି ବେଙ୍ଗ ପରି ଡେଇଁବା ଆରମ୍ଭ କରିଦେଇଥିଲେ । ପାକିସ୍ତାନୀ ନୌସେନାକୁ ବାଃ ବାଃ ଦେବା ସହ ନିଜ ଦେଶର ଜଳସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିବାକୁ ପଛାଇ ନଥିଲେ ।

ପିପିପି ଅଧ୍ୟକ୍ଷ ବିଲାଓ୍ବର ଭୁଟ୍ଟୋ ଜରଦାରୀ, ପିଏମଏଲ-ଏନ ଅଧ୍ୟକ୍ଷ ଶାହାବାଜ ଶରିଫ ଓ ନିଆଜି ଇମ୍ରାନଙ୍କ ଗୃହମନ୍ତ୍ରୀ ଶେଖ ରଶିଦ ଅହମଦ ବାଉଳା ହୋଇ ପାକିସ୍ତାନୀ ନୌସେନାକୁ ଶୁଭେଚ୍ଛା ଦେଇ ପକାଇଲେ ।

Leave a Reply