ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୭ ୱିକେଟରେ ଭାରତ ପରାଜିତ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଶୁକ୍ରବାର ଅକଲାଣ୍ଡରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ୭ ରନରେ ପରାଜିତ ହୋଇଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ୭ ୱିକେଟ୍ ହରାଇ ଭାରତ ୩୦୬ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ତିନି ବ୍ୟାଟ୍ସମ୍ୟାନ ଅଧିନାୟକ ଶିଖର ଧୱନ (୭୨ରନ୍), ଶୁଭମନ୍ ଗିଲ (୫୦) ଏବଂ ଶ୍ରେୟସ ଅୟର (୮୦) ଅର୍ଦ୍ଧଶତକ ମାରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୩୬ ରନ୍ ଓ ୱାସିଂଟନ୍ ସୁନ୍ଦର ଅପରାଜିତ ୩୭ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି ଓ ଲକି ଫର୍ଗୁସନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ମିଲନେ ଗୋଟିଏ ୱିକେଟ୍ ହାସଲ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୪୭.୧ ଓଭରରେ ୩ ୱିକେଟ୍ ହରାଇ ୩୦୭ରନର ଟାର୍ଗେଟକୁ ହାସଲ କରିନେଇଛି । କିୱିର ଦଳୀୟ ସ୍କୋର ୮୮ ଥିବା ବେଳେ ୩ଟି ୱିକେଟ୍ ପଡ଼ିଥିଲା ।

ଏହାପରେ ଅଧିନାୟକ କେନ ୱିଲିୟମସନ୍ ଏବଂ ଟମ ଲାଥମ ଦଳକୁ ସମ୍ଭାଳିଥିଲେ । ୱିଲିୟମସନ ଅପରାଜିତ ୯୪ରନ୍ ଓ ଲାଥମ ଅପରାଜିତ ୧୪୫ରନ୍ ଭାଗିଦାରିରେ କରିଥିଲେ। ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାରତ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ । ଭାରତ ପକ୍ଷରୁ ଉମ୍ରାନ ମଲିକ ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶ୍ରାଦ୍ଧୁଲ ଠାକୁର ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଅନ୍ୟ ବୋଲର ମାନେ କୌଣସି ୱିକେଟ୍ ହାସଲ କରିବାରେ ବିଫଳ ହୋଇଥିଲେ ।  ୨୦୧୯ ବିଶ୍ୱକପରୁ ଏପର୍ଯ୍ୟନ୍ତ ସୁଦ୍ଧା ଭାରତ ନ୍ୟୁଜିଲାଣ୍ଡଠାରୁ ଲଗାତାର ୫ମଥର ପରାଜିତ ହୋଇଛି ।