ଭାରତ ଏବଂ ଜାପାନ ସ୍ୱାକ୍ଷର କଲେ ଏମିତି ଚୁକ୍ତି ଯାହାଦ୍ୱାରା ବଢ଼ିପାରେ ଚୀନର ଅଡୁଆ

1 min read

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ଏମିତି ଚୁକ୍ତି କରିଛନ୍ତି ଯାହାଦ୍ୱାରା ଚୀନକୁ ଅସୁବିଧା ବୋଇପାରେ । କାରଣ ଏହି ଚୁକ୍ତିରେ ପରେ ଚୀନ କିଛି ବି ପଦକ୍ଷେପ ନେବା ପୂର୍ବରୁ ବହୁବାର ଚିନ୍ତା କରିବ । ଭାରତ ଏବଂ ଜାପାନ ମଧ୍ୟରେ ଏହି ଡିଲ୍ ସାମରିକ ବାହିନୀର ଯୋଗାଣ ଏବଂ ସେବା ବିନିମୟ ବିଷୟରେ ଅଟେ । ଏହା ପୂର୍ବରୁ ଭାରତ ଆମେରିକା, ଫ୍ରାନ୍ସ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ସହିତ ଏଭଳି ଡିଲ କରିସାରିଛି ।

ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ଜାପାନର ରାଜଦୂତ ସୁଜୁକୀ ସତୋସୀ Mutual Logistic Support Arrangement (MLSA) ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି । ଏବା ପୂର୍ବରୁ ୨୦୧୬ ମସିହାରେ ଭାରତ ଏବଂ ଆମେରିକା ଯେଉଁ ଚୁକ୍ତି କରିଥିଲେ ତାର ନାମ ଥିଲା- The Logistic Exchange Memorandum Of Agreement (LEMOA) । ଏହି ଡିଲ ମୁତାବକ ଭାରତକୁ ଆମେରିକା ମିଲିଟାରୀ ବେସ୍ ଜିବୈତୀ, ଜିଏଗୀ ଗାର୍ସିଆ, ଗୁଆମ ଏବଂ ସୁବିକ ୱେ ରେ ଇନ୍ଧନ ଏବଂ ଚଳପ୍ରଚଳ ହେବା ପାଇଁ ଅନୁମତି ରହିଛି ।

ସୀମା ବିବାଦକୁ ନେଇ LAC ରେ ଲାଗି ରହିଥିବା ବିବାଦ ମଧ୍ୟରେ ଭାରତ ହିନ୍ଦୁ ମହାସାଗରରେ ମଦ୍ୟ ଚୀନର ଅବରୋଧକୁ ବନ୍ଦ କରିଦେଇଛି । ଭାରତ ଏବଂ ଜାପାନ ମଧ୍ୟରେ ହୋଇଥିବା ଏହି ଐତିହାସିକ ସୁରକ୍ଷା ଚୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଚୁକ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେହ୍କ ସହିତ ଫୋନ ଯୋଗେ କଥା ମଧ୍ୟ ହୋଇଛନ୍ତି । ମୋଦି ଏବଂ ଆବେ ଦୁହେଁ ସୁରକ୍ଷା ଚୁକ୍ତି ପାଇଁ ପରସ୍ପରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏପରି ଚୁକ୍ତି ପ୍ରଥମ ଥର ପାଇଁ ହୋଇଛି ଯେଉଁଠି ଜାପାନ ସହିତ ସଶସ୍ତ୍ର ବାହିନୀକୁ ପାରସ୍ପରିକ ସେବା ଯୋଗାଇ ଦିଆଯିବ । ଭାରତ ଏବଂ ଜାପାନର ପୂର୍ବରୁ ରଣନୀତିକ ସମ୍ପର୍କ ରହିଛି, କିନ୍ତୁ ଚୀନ୍ ସହିତ ବର୍ତ୍ତମାନର ମୁକାବିଲା ମଧ୍ୟରେ ଏହି ଚୁକ୍ତି ଭାରତ ମହାସାଗରରେ ଚୀନ୍‌ର ଅବରୋଧକୁ ଭାଙ୍ଗିପାରେ, କିମ୍ବା ବନ୍ଦ ହୋଇପାରେ । ଏହି ଚୁକ୍ତି ପରେ ଭାରତ ମଧ୍ୟ ମହାସାଗରରେ ରଣନୀତିକ ଅଗ୍ରଣୀ ନେଇପାରେ।

ଚୁକ୍ତି ପରେ ଭାରତୀୟ ସେନାବାହିନୀକୁ ଜାପାନ ସେନା ବାହିନୀ ନିଜ ଆବଶ୍ୟକ ସାମଗ୍ରୀ ଯୋଗାଇବାରେ ସକ୍ଷମ ହେବେ। ଏଥିସହ ଭାରତୀୟ ସେନାର ପ୍ରତିରକ୍ଷା ଉପକରଣ ସେବା ମଧ୍ୟ ଦିଆଯିବ । ଏହି ସୁବିଧା ଭାରତୀୟ ସାମରିକ ବେସରେ ଜାପାନୀ ବାହିନୀ ପାଇଁ ମଧ୍ୟ ଉପଲବ୍ଧ ହେବ। ଯୁଦ୍ଧ ପରିସ୍ଥିତିରେ, ଏହି ସେବାଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହି ଚୁକ୍ତି ଉଭୟ ଦେଶର ପ୍ରତିରକ୍ଷା ସହଯୋଗକୁ ଆହୁରି ଗଭୀର କରିବ ବୋଲି ଉଭୟ ମୋଦୀ ଏବଂ ଆବେ ଆଶା କରିଛନ୍ତି । ଏହା ଭାରତ ମହାସାଗରରେ ଶାନ୍ତି ଏବଂ ନିରାପତ୍ତାରେ ସାହାଯ୍ୟ କରିବ ।

ଜାପାନର ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଏହି ଚୁକ୍ତି ଦୁଇ ଦେଶର ସେନାବାହିନୀଙ୍କ ମଧ୍ୟରେ ଘନିଷ୍ଠ ସହଯୋଗକୁ ଆଗକୁ ବଢ଼ାଇବ । ଏଭଳି ଆଶା କରାଯାଉଛି ଯେ ଏହି ଚୁକ୍ତି ଜାପାନ ଏବଂ ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟରେ ଯୋଗାଣ ଏବଂ ସେବାଗୁଡିକର ସୁଗମ ଏବଂ ଶୀଘ୍ର ଆଦାନ ପ୍ରଦାନକୁ ସହଜ କରିବ। ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଭାରତ ଏବଂ ଜାପାନର ସଶସ୍ତ୍ର ବାହିନୀର ପାରସ୍ପରିକ ସହଯୋଗ ବୃଦ୍ଧି ପାଉଥିବାରୁ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ତଥା ବିଶ୍ୱ ଭାଗିଦାରୀରେ ଦ୍ୱିପାକ୍ଷିକ ପ୍ରତିରକ୍ଷା କାର୍ଯ୍ୟକଳାପ ଆହୁରି ବୃଦ୍ଧି ପାଇବ।

୨୦୨୮ରେ ଭାରତ ଫ୍ରାନ୍ସ ସହିତ ଚୁକ୍ତି କରିଥିଲା । ଯାହା ଆଧାରରେ ଭାରତୀୟ ନୌସେନା ଫ୍ରାନ୍ସର ନୌସେନାର ଆଡ୍ଡା Reunion Island, Madagascar ଏବଂ Djiboutiରେ ରହିପାରିବେ ଏବଂ ସେଠାରେ ସନ୍ୟ ସେବା ନେଇପାରିବେ । ଅଷ୍ଚ୍ରେଲିଆ ସହିତ ହୋଇଥିବା MLSA ଚୁକ୍ତି ଆଧାରରେ ଅଷ୍ଟ୍ରେଲିଆ ଏବଂ ଭାରତ ନିଜ ଯୁଦ୍ଧ ଜାହାଜ ଭାରତ ମହାସାଗର ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସହଯୋଗ କରିବ । ଏହା ସହିତ ସୁବିଧା ବିନିମୟ ମଧ୍ୟ କରିପାରିବ ।

ଚୀନ ପାଖରେ ପାକିସ୍ତାନର କରାଚୀ ଏବଂ ଗ୍ୱାଦର ବନ୍ଦରରେ ଯିବା ଆସିବାର ଅନୁମତି ରହିଛି । ଏହା ବ୍ୟତୀତ ଚୀନ କମ୍ବୋଡିଆ, ବାନୁଆତୁ ଭଳି ଅନେକ ଦେଶ ସହିତ ସୈନ୍ୟ ଚୁକ୍ତି କରିଛି । ଯାହାଫଳରେ ସେ ଭାରତ-ପ୍ରଶାନ୍ତ ମହାସାଗରରେ ନିଜର ଭୟାବହତା ବଜାୟ ରଖିପାରିବେ। କିନ୍ତୁ ଏହାର ପ୍ରତିବାଦରେ ଆମେରିକା, ଫ୍ରାନ୍ସ, ଭାରତ, ଅଷ୍ଟ୍ରେଲିଆ ଏବଂ କେତେକ ୟୁରୋପୀୟ ଦେଶ ମଧ୍ୟ ରହିଛନ୍ତି ।

ଯେକୌଣସି ସମୟରେ ଚୀନ୍ ଭାରତ ମହାସାଗରରେ ୬ ରୁ ୮ ଯୁଦ୍ଧ ଜାହାଜ ନିୟୋଜିତ କରି ରଖିଥାଏ । ସେ କ୍ରମାଗତ ଭାବରେ ନିଜର ନୌସେନାକୁ ଅତ୍ୟାଧୁନିକ ଭାବରେ ପ୍ରସ୍ତୁତ କରୁଛି । ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଜାହାଜ ବିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ କରୁଛି । ଗତ ବର୍ଷ ମଧ୍ୟରେ ଚୀନ୍ ନିଜର ନୌସେନାରେ ୮୦ଟି ଯୁଦ୍ଧ ଜାହାଜ ଅନ୍ତର୍ଭୁକ୍ତ କରିଛି ।

Leave a Reply

ନଜର ପକାନ୍ତୁ