ଭାରତ ଓ ଜାପାନ୍ ତଟରକ୍ଷୀ ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : ଭାରତୀୟ କୋଷ୍ଟଗାର୍ଡ ଓ ଜାପାନ୍ କୋଷ୍ଟଗାର୍ଡ ମଧ୍ୟରେ ନୂ୍‌ଆଦିଲ୍ଲୀର କୋଷ୍ଟଗାର୍ଡ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ କୋଷ୍ଟଗାର୍ଡର ନିର୍ଦ୍ଦେଶକ କେ. ନଟରାଜନ ଓ ଜାପାନ୍ କୋଷ୍ଟଗାର୍ଡର କମାଣ୍ଡାଣ୍ଟ ଆଡମିରାଲ୍ ତାକାହିରୋ ଓକୁସିମା ଏହି ବୈଠକରେ ଯୋଗଦେଇଥିଲେ ।


ଉଭୟ ଦେଶର ପ୍ରତିନିଧି ତଟରକ୍ଷୀ ସମ୍ମିଳନୀରେ ଉପସ୍ଥିତ ଥିଲେ । ସମୁଦ୍ର ପଥରେ ଆସୁଥିବା ଶତ୍ରୁଙ୍କୁ ରୋକିବା ଏବଂ ସେମାନଙ୍କର ମୁକାବିଲା କରିବାକୁ ତଟରକ୍ଷୀ ଅନେକ ସମୟରେ ନୂଆ ନୂଆ କୌଶଳ ଆପଣାଇଥାନ୍ତି ।

ଉଭୟ ଦେଶ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି କିଭଳି ଶତ୍ରୁପକ୍ଷର ମୁକାବିଲା ପାଇଁ ପ୍ରସ୍ତୁତି କରିବେ ସେ ଉପରେ ଆଲୋଚନା ହୋଇଥିଲା । ଦକ୍ଷିଣ ଏସିଆର ଏ ଦୁଇ ପ୍ରମୁଖ ଦେଶ ପରସ୍ପରର ସହଯୋଗ ସାମୁଦ୍ରିକ କ୍ଷେତ୍ରରେ ଦୀର୍ଘଦିନରୁ କରି ଆସୁଛନ୍ତି ।

Leave a Reply