ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍ ଭୟ: ଆଶଙ୍କା ପ୍ରକଟ କଲେ ବୈଦେଶିକ ମନ୍ତ୍ରୀ କୁରେସି

ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍ ଭୟ । ଦେଶ ଓ ଦେଶ ବାହାରେ ଦେଖୁଛନ୍ତି ସର୍ଜିକାଲ ଷ୍ଟ୍ରାଇକର ଦୁସ୍ବପ୍ନ । ଭାରତ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି । ଆବୁଧାବିରେ ଏକ ସାମ୍ବାଦିକ ସମ୍ମିଳନୀରେ କୁରେସି କହିଛନ୍ତି, ଭାରତ କୌଣସି ସମୟରେ ବି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ । ଏ ନେଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଖରେ ଖବର ରହିଛି । ଭାରତରେ ସରକାର ଦେଶ ଭିତରେ ଚାଲିଥିବା ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଏଭଳି କରିପାରନ୍ତି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି । ତେବେ ପାକିସ୍ତାନ ହାଇଆଲର୍ଟରେ ରହିଛି । ସବୁ ସମୟରେ ଭାରତକୁ ଉଚିତ୍ ଜବାବ ଦେବା ପାଇଁ ପାକ୍ ସୈନ୍ୟ ତୟାର ଥିବା କହିଛନ୍ତି କୁରେସି । ୨୦୧୬ରେ ପିଓକେରେ ଭାରତ କରଥିବା ସର୍ଜିକାଲ ଷ୍ଟ୍ରାଇକକୁ ଭୁଲି ପାରୁନାହିଁ ପାକିସ୍ତାନ । ଯାହାଫଳରେ ପାକିସ୍ତାନର ମନ୍ତ୍ରୀମାନେ ଏବେ ସର୍ଜିକାଲ ଷ୍ଟ୍ରାଇକକୁ ଭୟ କରି ପ୍ରସଙ୍ଗହୀନ ମନ୍ତବ୍ୟ ଦେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ଲାଇଭ୍ ଟେଲିଭିଜନ୍ ଶୋ’ରେ କରୋନା ଟିକା ନେଲେ ଆମେରିକା ଉପ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

Leave a Reply