ଲାଇଭ୍ ଟେଲିଭିଜନ୍ ଶୋ’ରେ କରୋନା ଟିକା ନେଲେ ଆମେରିକା ଉପ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

1 min read

ଓ୍ୱାସିଂଟନ୍: ଲାଇଭ୍ ଟେଲିଭିଜନ୍ ସୋ’ରେ କରୋନା ଟିକା ନେଲେ  ଆମେରିକୀୟ ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସ  । ଶୁକ୍ରବାର ଟେଲିଭିଜନ୍ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ପେନ୍ସଙ୍କ ସହ ତାଙ୍କ ପତ୍ନୀ କରେନ୍ ଏବଂ ସର୍ଜନ ଜେନେରାଲ୍ ଜେରୋମେ ଆଦାମ୍ସ ମଧ୍ୟ ଟିକା ନେଇଛନ୍ତି ।

            ତେବେ ଆମେରିକାରେ ଟିକାକରଣ ନେଇ ବ୍ୟବକ ବ୍ୟବସ୍ଥା କରିଛନ୍ତି ଟ୍ରମ୍ପ ପ୍ରଶାସନ । କରୋନା ଭ୍ୟାକ୍ସିନକୁ ବିକଶିତ କରିବା ଏବଂ ବିତରଣ କରିବା ନେଇ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଦେଶର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମରେ ଏଯାଏଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଭାଗନେଇନାହାନ୍ତି । ଏହାରି ମଧ୍ୟରେ ଉପ-ରାଷ୍ଟ୍ରପତି ଓ ତାଙ୍କ ପତ୍ନ ଆମେରିକୀୟଙ୍କୁ ଆଶ୍ୱସ୍ତ କରିବା ନେଇ ଲାଇଭ୍ ଟିଭି ସୋ’ରେ ଟିକା ନେଇଛନ୍ତି । ଏଥିସହିତ ସିନେଟ୍ ସ୍ପିକର ନେନ୍ସି, ସିନେଟ ସଦସ୍ୟ ମିଚ୍ ମେକ୍‌କୋନ୍ନେଲ୍ ଉଭୟ ଆଗାମୀ କିଛି ଦିନ ମଧ୍ୟରେ ଟିକା ନେବେ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପରୀ ମାମଲା, ‘ତଦନ୍ତରେ ବାଧା ସୃଷ୍ଟି କରୁଛି ଭିତ୍ତିହୀନ ଅଭିଯୋଗ’

            ସୂଚନା ଯୋଗ୍ୟ ଗତ ୧୪ ତାରିଖରୁ ଆମେରିକାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆମେରିକୀୟ କମ୍ପାନୀ ଫାଇଜର ଓ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଟିକା ପ୍ରଦାନ କରାଯାଉଛି। ପ୍ରଥମ ଦିନରେ ଦେଶର ୧୪୫ ସ୍ଥାନରେ ଟିକା ବିତରଣ ହୋଇଥିବା ବେଳେ ମଙ୍ଗଳବାର ୪୨୫ ସ୍ଥାନରେ ଦିଆଯାଇଛି ।

Leave a Reply