ଟେଷ୍ଟ ଇତିହାସରେ ପ୍ରଥମ, ବ୍ରଡଙ୍କ ଗୋଟିଏ ଓଭରରୁ ୩୫ ରନ୍
1 min readବର୍ମିଂହାମ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସ ଶେଷ ବେଳକୁ ବୁମରାହଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ତାଙ୍କର ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୧୬ ରନ୍ କରିବାକୁ ସକ୍ଷମ ହୋଇଛି । ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ ଆଉ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ମହଙ୍ଗା ଓଭର ପକାଇଥିବା ବୋଲର ଭାବେ ରେକର୍ଡ କରିଛନ୍ତି ବ୍ରଡ । ଭାରତର ପ୍ରଥମ ଇନିଂସରେ ବ୍ରଡ ଗୋଟିଏ ଓଭରରେ ୩୫ ରନ୍ ଦେଇଛନ୍ତି । ଏଥିରେ ୨୯ ରନ୍ ଭାରତର ଅଧିନାୟକ ଜଶପ୍ରୀତ ବୁମରାହଙ୍କ ବ୍ୟାଟରୁ ସଂଗ୍ରହ ହୋଇଥିଲା । ଏହି ଓଭରରେ ସେ ଦୁଇଟି ଛକା ଓ ୩ଟି ଚୌକା ମାରିଥିଲେ । ବାକି ୬ରନ୍ ଅତିରିକ୍ତ ଖାତାକୁ ଯାଇଛି ।
BOOM BOOM BUMRAH IS ON FIRE WITH THE BAT ??
3️⃣5️⃣ runs came from that Broad over ?? The most expensive over in the history of Test cricket ?
Tune in to Sony Six (ENG), Sony Ten 3 (HIN) & Sony Ten 4 (TAM/TEL) – https://t.co/tsfQJW6cGi#ENGvINDLIVEonSonySportsNetwork #ENGvIND pic.twitter.com/Hm1M2O8wM1
— Sony Sports Network (@SonySportsNetwk) July 2, 2022
ଏହା ପୂର୍ବରୁ ଓଭରରେ ସବୁଠୁ ଅଧିକ ରନ୍ ଦେବାର ରେକର୍ଡ ତିନି ଜଣ ଖେଳାଳିଙ୍କ ନାଁରେ ଥିଲା । ସେମାନେ ୨୮-୨୮ ରନ୍ ଲେଖାଏଁ ବ୍ୟୟ କରିଥିଲେ । ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାର ରବିନ ପିଟରସନ ୨୦୦୩ରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଜୋହାନ୍ସବର୍ଗ ଟେଷ୍ଟ ମ୍ୟାଚରେ ଗୋଟିଏ ଓଭରରେ ୨୮ ରନ୍ ବ୍ୟୟ କରିଥିଲେ । ପରେ ଆଣ୍ଡରସନ ୨୦୧୩ ଏବଂ ଜୋ ରୁଟ୍ ୨୦୨୦ରେ ୨୮ ରନ୍ ଗୋଟିଏ ଓଭରରେ ବ୍ୟୟ କରିଥିଲେ । ତେବେ ବ୍ରଡ ପୂର୍ବରୁ ମଧ୍ୟ ଟି-୨୦ ବିଶ୍ୱକପରେ ଗୋଟିଏ ଓଭରରେ ୩୬ ରନ୍ ଖାଇ ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଥିଲେ । ଟି-୨୦ ବିଶ୍ୱକପରେ ଭାରତର ବାମହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ୬ଟି ବଲରେ ୬ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ ।