ଶେଷ ଓଭରରେ ଅଲଆଉଟ ହେଲା ଭାରତ, ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ୍
1 min read![](https://nandighoshatv.com/wp-content/uploads/2025/02/cricket-1-1024x576.jpg)
ଅହମ୍ମଦାବାଦ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ଅହମ୍ମଦାବାଦରେ ଖେଳାଯାଉଛି । ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ କରିବାକୁ ଚାହୁଁଛି ଭାରତ । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ସମସ୍ତ ଓ୍ବିକେଟ ହରାଇ ଓଭରରେ ୩୫୬ ରନ ସଂଗ୍ରହ କରିଛି । ଫଳରେ ଇଂଲଣ୍ଡ ଆଗରେ ୩୫୭ ରନର ବିଜୟ ଲକ୍ଷ୍ୟ ରହିଛି ।
ଏହି ଇନିଂସରେ ଭୁବମନ ଗିଲ ଶତକ ହାସଲ କରିଥିବା ବେଳେ ଅର୍ଦ୍ଧ ଶତକ କରିଛନ୍ତି ବିରାଟ କୋହଲି ଓ ଶ୍ରେୟସ ଆୟର । ଶୁଭମନ ଗିଲ ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଛନ୍ତି । ବିରାଟ ୫୫ ବଲରେ ୫୨ ରନ କରିଥିବା ବେଳେ ଶ୍ରେୟସ ଆୟର ୬୪ ବଲରେ ୭୮ ରନ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା ଏକ ରନ କରି ଆଉଟ ହୋଇଯାଇଥଇବା ବେଳେ କେଏଲ ରାହୁଲ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅକ୍ଷର ପଟେଲ ୧୩, ଓ୍ବାସିଙ୍ଗଟନ ସୁନ୍ଦର ୧୪, ହର୍ଷିତ ରାଣା ୧୩, ଅର୍ଶଦୀପ ସିଂ ୨ ଓ କୁଲଦୀନ ଯାଦବ ଗୋଟିଏ ରନ କରିଛନ୍ତି ।
ଅନ୍ୟପଟେ ଇଂଲଣ୍ଡର ଆଦିଲ ରସିଦ ୪ଟି ଓ୍ବିକେଟ୍, ମାର୍କ ଉଡ୍ ଦୁଇଟି ଓ୍ବିକେଟ ନେଇଥିବା ବେଳେ ସକିବ ମହମୁଦ, ଗୁସ ଆଟକିନସନ ଓ ଜୋ ରୁଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।