ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ଭାରତ; LACରେ Pinaka ଓ Smerch ମୁତୟନ
1 min readନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ଆସାମ ସୀମାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଠାରୁ ଦୂରରେ ଥିବା ସ୍ଥାନକୁ LACର ଡେପଥ୍ ଏରିଆ କୁହାଯାଏ । ଏଠାରେ ନିୟୋଜିତ ରକେଟ୍ ଲଞ୍ଚ ସିଷ୍ଟମ୍ ଶତ୍ରୁ କ୍ଷେତ୍ରର ଭିତର ଯାଏଁ ଷ୍ଟ୍ରାଇକ୍ କରିବା ସହ ସଠିକ୍ ନିଶାନା ଲଗାଇପାରେ।
ପୂର୍ବ ଲଦାଖର LAC ଉପରେ ଉତ୍ତେଜନା ମଧ୍ୟରେ ଭାରତ LAC ଉପରେ ପ୍ରସ୍ତୁତି ଜାରି ରଖିଛି | କେବଳ ଭାରତର ପ୍ରତିରକ୍ଷା ନୁହେଁ ବରଂ ଆକ୍ରମଣାତ୍ମକ ପ୍ରସ୍ତୁତି ମଧ୍ୟ ଚାଲିଛି। ପୂର୍ବାଞ୍ଚଳ ସେକ୍ଟରରେ ଭାରତୀୟ ସେନା ମଲ୍ଟିବାର୍ଲ ରକେଟ୍ ଲଞ୍ଚ ସିଷ୍ଟମ୍ SMERCH ଏବଂ ମଲ୍ଟି ରକେଟ୍ ଲଞ୍ଚ ସିଷ୍ଟମ୍ ପିନାକକୁ ନିୟୋଜିତ କରିଛି।
Pinaka & Smerch multi rocket launcher systems are designed to fire variety of ammunitions. Quick reaction time &higher accuracy of these systems ensure delivery of very high volume of fire power on critical & time sensitive enemies in a short time:Lt Col Sarath, Battery Commander pic.twitter.com/KfBBdYdPrK
— ANI (@ANI) October 22, 2021
ପିନାକା ରକେଟ୍ ଲଞ୍ଚର୍ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏକ ପିନାକ ବ୍ୟାଟେରୀରେ ୬ଟି ଫାୟାରିଂ ୟୁନିଟ୍ (ଲଞ୍ଚର୍) ଏବଂ ଏକ ଲଞ୍ଚରରେ ୧୨ଟି ଟ୍ୟୁବ୍ । ଆଉ ବ୍ୟାଟେରୀରେ ୭୨ ରକେଟ୍ ଏବଂ ଏହି ସମସ୍ତ ରକେଟ୍ ମାତ୍ର ସେକେଣ୍ଡରେ ଶତ୍ରୁ ଉପରେ ବର୍ଷିପାରେ । ପିନାକର ଏକାସାଙ୍ଗରେ 1000 x 800 ମିଟର କ୍ଷେତ୍ରକୁ ନଷ୍ଟ କରିବାର କ୍ଷମତା ରହିଛି ।
ଦ୍ୱିତୀୟ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚ ସିଷ୍ଟମ୍ ହେଉଛି SMERCH | ଋଷର ସହଯୋଗରେ ଏହାକୁ ବିକଶିତ କରାଯାଇଛି | SMERCHର ଏକ ବ୍ୟାଟେରୀରେ ଚାରୋଟି ଲଞ୍ଚର୍ ରହିଛି । ଗୋଟିଏ ବ୍ୟାଟେରୀରେ ମୋଟ 48 ଟି ରକେଟ୍ ରହିଛି| ଏହି ୪୮ରକେଟକୁ ମାତ୍ର ୪୦ ସେକେଣ୍ଡରେ ନିକ୍ଷେପ କରାଯାଇପାରିବ | ଯାହା ଶତ୍ରୁର 1200 X 1200 ମିଟର ଅଞ୍ଚଳକୁ ବିନାଶ କରିବାର କ୍ଷମତା ରଖିଛି ।