“କୋହଲି ହେଉଛନ୍ତି ଜଣେ ଅଣ୍ଡା ଖାଉଥିବା ଶାକାହାରୀ”

1 min read

ନୂଆଦିଲ୍ଲୀ: ଟ୍ୱିଟରରେ ଟ୍ରୋଲ ହେଉଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ତାଙ୍କର ଗୋଟିଏ ମନ୍ତବ୍ୟ ପାଇଁ ଟ୍ୱିଟରରେ ଟ୍ରୋଲ ହେବାରେ ଲାଗିଛନ୍ତି ବିରାଟ । ନିକଟରେ କୋହଲି ତାଙ୍କ ଖାଦ୍ୟପେୟ ବିଷୟରେ ଚର୍ଚ୍ଚା କରିଥିଲେ । ଇନଷ୍ଟାଗ୍ରାମରେ ସେ ତାଙ୍କ ପ୍ରଶଂସକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ । ଏବଂ ଏଥିରେ ହିଁ ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ଖାଦ୍ୟ ବିଷୟରେ ପଚାରିଥିଲେ । ଆଉ ଉତ୍ତରରେ କୋହଲି ପ୍ରଚୁର ପନିପରିବା, କିଛି ଅଣ୍ଡା, ୨ କପ୍ କଫି, ଡାଲି, କ୍ୱିନୋଆ, ପାଳଙ୍ଗ ସାଗ, ଦୋସା, କିନ୍ତୁ ସୀମିତ ପରିମାଣରେ ଖାଉଥିବା କହିଥିଲେ ।

କୋହଲିଙ୍କ ଏହି ଉତ୍ତରରେ ପ୍ରଶଂସକମାନେ ତାଙ୍କୁ ଟ୍ୱିଟରରେ କଡ଼ା ସମାଲୋଚନା କରିଛନ୍ତି । ଅନେକ ଲୋକ କହିଛନ୍ତି ଯେ, ବିରାଟ କୋହଲି ଜଣେ ଅଣ୍ଡା ଖାଉଥିବା ଶାକାହାରୀ । କେବଳ ସେତିକି ନୁହେଁ ବିରାଟଙ୍କ ଉତ୍ତରକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯଦି ଭାରତୀୟ ଅଧିନାୟକ ଅଣ୍ଡା ଖାଆନ୍ତି ତେବେ ସେମାନେ ନିଜକୁ ଶାକାହାରୀ ବୋଲି କାହିଁକି କହୁଛନ୍ତି ?

ଜଣେ ୟୁଜର ଲେଖିଛନ୍ତି ଯେ, କୋହଲି ଦାବି କରନ୍ତି ଯେ, ସେ ଶାକାହାରୀ, କିନ୍ତୁ ତାଙ୍କର AMA ( Ask me Anything )ରେ ସେ କହିଛନ୍ତି ଯେ ତାଙ୍କ ଖାଦ୍ୟରେ ଅଣ୍ଡା ସାମିଲ ଅଛି । ଆଉ କୋହଲିଙ୍କ ଏହି ଉତ୍ତର ମୋତେ ବ୍ୟଥିତ କରୁଛି । ଜଣେ କୋହଲିଙ୍କୁ ଟ୍ରୋଲ କରି ଲେଖିଛନ୍ତି ଯେ, ଶାକାହାରୀ କୋହଲି ସ୍ପଷ୍ଟ କରିଛନ୍ତି ଯେ, ଅଣ୍ଡା ଆମିଷରେ ଅନ୍ତର୍ଭୁକ୍ତ ନୁହେଁ ।

ତେବେ ପୂର୍ବରୁ କୋହଲି କହି ଆସିଛନ୍ତି ଯେ ସେ ଜଣେ ଖାଦ୍ୟପ୍ରେମୀ କିନ୍ତୁ ନିଜକୁ ଫିଟ୍ ରଖିବା ପାଇଁ ସେ ନିଜ ଡାଏଟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ୨୦୧୯ରେ କୋହଲି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଶାକାହାରୀ ହୋଇଯାଇଛନ୍ତି । ୨୦୧୮ ଠାରୁ, ସେ ମାଂସ, କ୍ଷୀର ଏବଂ ଅଣ୍ଡାକୁ ସମ୍ପୂର୍ଣ୍ଣ ଭାବେ ଛାଡି ଦେଇଛନ୍ତି  । ସେ ଏହା ମଧ୍ୟ କହିଥିଲେ ଯେ ସେ ଆମିଷ ଛାଡ଼ି ନିରାମିଷ ଖାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply