ବୁଝାମଣା ପରେ ବି ସୁଧୁରୁନି ଚୀନ: ସୀମାରେ ସେନାଙ୍କ ସଂଖ୍ୟାରେ ବୃଦ୍ଧି କରୁଛି

1 min read
India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ନୂଆଦିଲ୍ଲୀ: ଗଲଓ୍ୱାନ ଘାଟି ଘଟଣା ପରେ ମଧ୍ୟ ସୁଧୁରୁନି ଚୀନ । ସୀମାରେ ସ୍ଥିତି ସ୍ୱାଭାବିକ କରିବା ନେଇ ପଞ୍ଚସୂତ୍ରୀ ବୁଝାମଣା ସ୍ୱାକ୍ଷର ସତ୍ତ୍ୱେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣୁନି ଡ୍ରାଗନ । ଚୀନ ଗୋଟିଏ ପଟେ ଭାରତ ସହ କଥାବାର୍ତ୍ତା ଜାରି ରଖିଥିବା ବେଳେ ଅନ୍ୟ ପକ୍ଷେ ଏଲଏସିରେ ଅଧିକ ସଂଖ୍ୟକ ସୈନିକଙ୍କୁ ନିୟୋଜତ କରୁଛି । ଯାହା ଭାରତ-ଚୀନ ମଧ୍ୟରେ ହୋଇଥିବା ବୁଝାମଣାର ବିରୋଧ । ସଦ୍ୟ ପ୍ରାପ୍ତ ରିପୋର୍ଟ ମୁତାବକ ଚୀନ ପେଙ୍ଗଙ୍ଗ୍ ହ୍ରଦର ଉତ୍ତର ପାର୍ଶ୍ୱରେ ଫିଗର-୩ ଅଞ୍ଚଳ ନିକଟରେ ପିପୁଲ୍ସ ଲିବରେସନ ଆର୍ମିର ସୈନିକଙ୍କୁ ଏକତ୍ର କରିବା ଆରମ୍ଭ କରିଦେଇଛି ।

ଡ୍ରଗ୍ସ ମାମଲାରେ NCB ରଡାରରେ ୨୫ ସେଲିବ୍ରିଟି,ତାଲିକା ପ୍ରସ୍ତୁତ, ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ଡେପୁଟୀ ଡାଇରେକ୍ଟର

ଏଭଳି ସ୍ଥିତିରେ ଏଲଏସିରେ ସ୍ଥିତି ବହୁତ ଗମ୍ଭୀର ହୋଇଛି । କିନ୍ତୁ ଦୁଇ ଦେଶର ନେତୃତ୍ୱ ଯୁଦ୍ଧ ଭଳି ସ୍ଥିତି ନଉପୁଜୁ, ତାହା ଚାହୁଁଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଗଲଓ୍ୱାନ ଘାଟିରେ ଭାରତ-ଚୀନ ମଧ୍ୟ ହୋଇଥିବା ସଂଘର୍ଷରେ ଭାରତର ପ୍ରାୟ ୨୦ ଜଣ ସୈନିକ ଶହୀଦ ହୋଇଥିବା ବେଳେ, ଚୀନର ୪୦ରୁ ଊର୍ଦ୍ଦ୍ୱ ସୈନିକ ନିପାତ ହୋଇଥିଲେ ।

 

Leave a Reply