ମ୍ୟାଚ୍ ନେଇ ଆଶା ବଢ଼ିଲା, ଭାରତୀୟ ଟିମର ସମସ୍ତ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

1 min read
Ind vs Eng 5th Test Manchester Covid Test

ଓଭାଲ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଆଉ ୫ ଟିକିଆ ଟେଷ୍ଟର ଅନ୍ତିମ ମ୍ୟାଚକୁ ନେଇ ଆଶଙ୍କା ଲାଗି ରହିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ।

ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଆଜି ଆଉ ଜଣେ ସଦସ୍ୟ ସଂକ୍ରମିତ ହୋଇଛନ୍ତି । ଆସନ୍ତାକାଲି ଶୁକ୍ରବାର ମାଞ୍ଚେଷ୍ଟରରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ଆସିଷ୍ଟାଣ୍ଟ ଫିଜିୟୋ ଯୋଗେଶ ପରମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ଏକାଧିକ କରୋନା ମାମଲା ଚିହ୍ନଟ ପରେ ମ୍ୟାଚକୁ ନେଇ ଆଶଙ୍କା ଦେଖାଦେଇଛି । ସମସ୍ତ ଖେଳାଳି ଏବେ ହୋଟେଲରେ ଆଇସୋଲେସନରେ ଅଛନ୍ତି । ସକାଳେ ସମସ୍ତଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ ପଞ୍ଚମ ମ୍ୟାଚ୍ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି ।

Leave a Reply