ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍: ନବାଗତଙ୍କ ସହ ଅଭିଜ୍ଞଙ୍କୁ ନେଇ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ

1 min read

ପୁଣେ: ଟେଷ୍ଟ, ଟି-୨୦ ପରେ ଏବେ ଦିନିକିଆ ସିରିଜ୍ ଉପରେ ଭାରତୀୟ କ୍ରିକେଟ୍ ଟିମର ନଜର । ଆଜି ପୁଣେରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ ମ୍ୟାଚ୍ । ଅପରାହ୍ନ ୧:୩୦ ମିନିଟରେ ଖେଳାଯିବ ମ୍ୟାଚ୍ । ଦିନିକିଆରେ ଶିଖର ଧାୱନ ଫେରିବା ନେଇ ନିଶ୍ଚିତ ହୋଇଛି । ଓପନର ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଶିଖର ଧାୱନ ।

ସେହିଭଳି ନବାଗତ ଭାବେ ପ୍ରସିଦ୍ଧି କ୍ରିଷ୍ଣା ଡେବ୍ୟୁ କରିପାରନ୍ତି । ଏଥିସହ କ୍ରୁନାଲ ପାଣ୍ଡ୍ୟାଙ୍କୁ ମଧ୍ୟ ମିଳିପାରେ ସୁଯୋଗ । ସେହିଭଳି ହାର୍ଦିକ୍ୟ ପାଣ୍ଡ୍ୟା, ଶ୍ରେୟସ ଆୟାର ଓ ରିସଭ ପନ୍ଥ ୧୧ ଜଣିଆ ଟିମରେ ସାମିଲ ହୋଇପାରନ୍ତି । କ୍ୟାପଟେନ୍ କୋହଲିଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ପ୍ରଥମେ ଟେଷ୍ଟ ଓ ପରେ ଟି-୨୦ ସିରିଜ୍ ହାରି ସାରିଥିବା ଭ୍ରମଣକାରୀ ଦଳ ଏବେ ଚାପରେ ରହିଛି । ତେଣୁ ଆଜିର ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ସେପଟେ ପ୍ରଥମ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ବିରାଟ ବାହିନୀ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତିନୋଟି ଏକ ଦିବାସୀୟ ମ୍ୟାଚ୍ ।

Leave a Reply