ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍; ‘ପ୍ରଥମ ମ୍ୟାଚ୍ ହାରିଲେ ଟିମ୍ ଇଣ୍ଡିଆର ବଢିବ ଚିନ୍ତା’

1 min read

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଅନିଲ କୁମ୍ବଲେ କହିଛନ୍ତି ଯେ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଉଦଘାଟନୀ ଟେଷ୍ଟରେ ଭାରତ ପରାଜିତ ହୁଏ ତାହେଲେ ଟିମ୍ ଇଣ୍ଡିଆର ଚିନ୍ତା ବଢିବାର ଆଶଙ୍କା ରହିଛି ।

ଡିସେମ୍ବର ୧୭ରୁ ଆଡିଲେଡରେ ଡେ ନାଇଟ୍ ଟେଷ୍ଟ ସହିତ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ଆରମ୍ଭ ହେବ । ହେଲେ କ୍ୟାପଟେନ୍ ବିରାଟ କୋହଲି ପ୍ରଥମ ମ୍ୟାଚ୍ ପରେ ସ୍ୱଦେଶ ଫେରିଯିବେ ।

ଏକ କାର୍ଯ୍ୟକ୍ରମରେ କୁମ୍ବଲେ କହିଛନ୍ତି ଯେ ଯଦି ଆମେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତି ଆଗକୁ ବଢୁଛୁ ତେବେ ପୂର୍ବଭଳି ଅଷ୍ଟ୍ରେଲିଆ ଗସ୍ତର ଉପଲବ୍ଧିକୁ ଦୋହରାଇ ପାରିବୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପଟେ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ ୱାର୍ଣ୍ଣର ଦଳରେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ  ବିରାଟ ତିନୋଟି ଟେଷ୍ଟରେ ଖେଳିବେ ନାହିଁ । ସେଭଳି ସ୍ଥଳେ ଏହା ଭାରତ ପାଇଁ ଚିନ୍ତାର କାରଣ ହେବ । ଏହା ସତ୍ତ୍ୱେବି ଦଳରେ ବ୍ୟାଟିଂ ଓ ବୋଲିଂରେ ଅନେକ ଭଲଭଲ ଖେଳାଳି ରହିଛନ୍ତି ।

ତେବେ ଭାରତୀୟ ଖେଳାଳିଙ୍କ ଟପ୍-ଫ୍ଲାଇଟ୍ କ୍ରିକେଟରେ ଗୋଲାପୀ ବଲ୍ ସହ ଖେଳିବାର ଅଧିକ ଅଭିଜ୍ଞତା ନାହିଁ । ଦଳ ଗୋଲାପୀ ବଲ୍ ସହିତ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲା, ଯାହା ଗତ ବର୍ଷ ବାଂଲାଦେଶ ବିପକ୍ଷରେ ହୋଇଥିଲା ଯେଉଁଥିରେ ସେମାନେ ଗୋଟିଏ ଇନିଂସ ୪୬ ରନରେ ଜିତିଥିଲେ। ।

ଏଥିସହିତ ଗତ କିଛି ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଦଳ ଅନେକ ଡେ-ନାଇଟ୍ ମ୍ୟାଚ୍ ଖେଳିଛି।

Leave a Reply