ପରପାରିରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

1 min read

ଭୁବନେଶ୍ବର: ପରଲୋକରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟକଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି । ପିପିଲିର ଜନେ ଟାଣୁଅା ନେତା ଥିଲେ ଯୁଧିଷ୍ଠିର । ପ୍ରତ୍ୟେକ ନିର୍ବାଚନରେ ଦିବଂଗତ ନେତା ପ୍ରଦୀପ ମହାରଥିଙ୍କୁ କଡା ଟକ୍କର ଦେଉଥିଲେ ଯୁଧିଷ୍ଠିର । ଗତ କିଛି ମାସ ହେଲା ଅସୁସ୍ଥ ଥିଲେ ଯୁଧିଷ୍ଠିର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଲଗାତର ଭାବେ ଡାକ୍ତରୀ ଟିମ୍‌ ତାଙ୍କ ଦେହ ଉପରେ ନଜର ରଖିଥିଲେ । ହେଲେ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଯୁଧିଷ୍ଠିର ସାମନ୍ତରାୟ । ପିପିଲିର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଯୁଧିଷ୍ଠିର ସାମନ୍ତାରାୟ ।

ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ। କଂଗ୍ରେସ ଟିକେଟି ପାଇ ନିର୍ବାଚିତ ହୋଇଥିଲେ ଯୁଧିଷ୍ଠିର। ତେବେ ଯୁଧିଷ୍ଠିର ସାମନ୍ତାରାୟଙ୍କ ଦେହାନ୍ତ ପରେ ଚାରିଆଡୁ ଶୋକରେ ଛାୟା ଖେଳିଯାଇଛି । ଦଳୀୟ ନେତା ଓ କର୍ମୀମାନଙ୍କ ପକ୍ଷରୁ ବାସଭବନରେ ଭିଡ ଜମିଥିବାର ଦେଖିବାକୁ ମିଳିଛି ।