ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ଅଭିଯୋଗରେ କଂଗ୍ରେସର ରାସ୍ତା ଅବରୋଧ

1 min read

ଗୁଣୁପୁର: କେମିତି ମଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି । ମୃତ୍ୟୁକୁ ପାଖାପାଖି ୨୦ ଦିନ ବିତିଥିବା ବେଳେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ଆଣିଛନ୍ତି ହତ୍ୟା ଅଭିଯୋଗ ।କଂଗ୍ରେସ ପକ୍ଷରୁ ଗୁଣୁପୁର-ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ରାସ୍ତାରୋକ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ମାସ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରେ ପୁରୁଷୋତ୍ତମଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ୍‌ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।ପୋଲିସ ପ୍ରାଥମିକ ତଦନ୍ତ କରି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲା । ତେବେ ପୁରୁଷୋତ୍ତମଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କରିଛି ଜିଲ୍ଲା କଂଗ୍ରେସ ।

Leave a Reply