ଗର୍ଭବତୀ ମହିଳାଙ୍କୁ ପୋଡ଼ି ମାରିଲେ ଶାଶୁ ଘର ଲୋକ

ରାଉରକେଲା: ଗର୍ଭବତୀ ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ । ରାଉରକେଲା ବନ୍ଧମୁଣ୍ଡା ଥାନା କୋଇଲା ଗେଟ୍‌ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳା ଗର୍ଭବତୀଙ୍କୁ ଶାଶୁ ଘର ଲୋକ ପୋଡ଼ି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସ୍ୱାମୀଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି ବନ୍ଧମୁଣ୍ଡା ପୋଲିସ । ମୃତକ ହେଲେ ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରେ ଶିବ ପ୍ରସାଦ ସୋନକାରଙ୍କ ଝିଅ ରାଧା କୁମାରୀ । ୬ ବର୍ଷ ତଳେ ବନ୍ଧମୁଣ୍ଡା କୋଇଲା ଗେଟ୍‌ ଅଞ୍ଚଳର ବିନୋଦ ସିଂଙ୍କୁ ସେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି ।

Leave a Reply