ଭାରତୀୟ ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ଅବସରରେ ‘ମିଶନ ମୌସମ’ ଲଞ୍ଚ

1 min read

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ୧୫୦ତମ ବାର୍ଷିକୀ ଅବସରରେ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଉତ୍ସବ ଆୟୋଜନ । ଏହି ଅବସରରେ ଲଞ୍ଚ ହୋଇଛି ମିଶନ ମୌସମ । କ୍ଲାଇମେଟ ସ୍ମାର୍ଟ ଓ ୱେଦର ରେଡୀ ରାଷ୍ଟ୍ର ଭାବେ ଭାରତକୁ ଗଠନ କରିବା ଏହି ମିଶନର ଉଦ୍ଦେଶ୍ୟ । ଏହାସହ ଆଇଏମଡି-ଭିଜନ ୨୦୪୭ ଉନ୍ମୋଚିତ ହୋଇଛି ।

ବ୍ରିଟିଶ ଅମଳରେ ୧୮୭୫ ମସିହାରେ ଆଇଏମଡି ପ୍ରତିଷ୍ଠା ହୋଇଥିଲା । ଅତୀତର କଲିକତା ତଥା ବର୍ତ୍ତମାନର କୋଲକାତାରେ ୧୮୬୪ରେ ଏକ ପ୍ରଳୟଙ୍କରୀ ଝଡ଼ବାତ୍ଯା ହେବା ପରେ ଆଇଏମଡି ଗଠିତ ହୋଇଥିଲା । ଏହାସହ ୧୮୬୬ ଦୁର୍ଭିକ୍ଷ ସମ୍ପର୍କରେ କୌଣସି ସୂଚନା ନ ମିଳିବାରୁ ପାଣିପାଗ ବିଭାଗ ଗଠନର ଆବଶ୍ଯକତା ପଡିଥିଲା । ବର୍ତ୍ତମାନ ଆଇଏମଡି ବିଭିନ୍ନ କ୍ଷେତ୍ରରେ ଆଗୁଆ ଭୂମିକା ବହନ କରୁଛି ଓ ଅନେକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରୁଥିବାରୁ ଧନଜୀବନ ରକ୍ଷା ହୋଇପାରୁଛି ।

ତତକାଳୀନ ଭାରତ ସରକାରରେ କାର୍ଯ୍ୟରତ ପାଣିପାଗ ବିଜ୍ଞାନୀ ରିପୋର୍ଟର ଏଚଏଫ ବ୍ଲାଣ୍ଡଫୋର୍ଡ ବିଭିନ୍ନ ସମୟରେ ହୋଇଥିବା ୭୭ଟି ବର୍ଷାର ଆକଳନକୁ ନେଇ ପ୍ରଥମେ ବର୍ଷା ସମ୍ପର୍କିତ ମ୍ଯାପ ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ଆଇଏମଡି ନିକଟରେ ୩୯ଟି ଡପଲର ରାଡାର, ଇନସାଟ ସାଟେଲାଇଟ, ୮୦୬ଟି ଅଟୋମେଟେଡ ୱେଦର ଷ୍ଟେସନ, ୨୦୦ ଆଗ୍ରୋ ଏଡବ୍ଲୁଏସ, ୬,୮୯୬ ରେନଫଲ୍ ମନିଟରିଂ ଷ୍ଟେସନ ରହିଛି । ଏହାସହ ୮୩ଟି ଲାଇଟେନିଂ ସେନସର ଓ ୬୩ଟି ପାଇଲଟ ବେଲୁନ ଷ୍ଟେସନ ରହିଛି ।

ସମ୍ମିଳନୀରେ ସାମିଲ ହେବାକୁ ଅବିଭକ୍ତ ଭାରତର ବିଭିନ୍ନ ଦେଶଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭାରତ ସରକାରଙ୍କ ନିମନ୍ତ୍ରଣକୁ ାକ୍ଷା କରି ସମ୍ମିଳନୀରେ ପାକିସ୍ତାନ, ଆଫଗାନିସ୍ତାନ, ନେପାଳ ସମେତ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି ସାମିଲ ହୋଇଛନ୍ତି ।