କ୍ରୁଜ୍ ଡ୍ରଗ୍ସ ମାମଲା, ରେଡ୍ ବେଳେ NDPS ଧାରା ଉଲ୍ଲଂଘନ କରିଛି NCB: କୋର୍ଟ

Illegal Seizure And Breach Of Arrest Procedure By NCB In Cruise Drug Case

ମୁମ୍ବାଇ: ବହୁ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଥମୁନି । ଏନସିବିର ରେଡକୁ ନେଇ ଅନେକ ସମାଲୋଚନା ହେଉଛି । ରେଡ୍ ପରେ ଏନସିବି ଗିରଫ କରିଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହ ଅରୱାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚା ସର୍ତ୍ତମୂଳକ ଜାମିନରେ ବାହାରକୁ ଆସିଛନ୍ତି । ମାମଲାର ଅନ୍ୟତମ ଅଭିଯୁକ୍ତ ନୁପୁର ସତିଜାଙ୍କୁ ଜାମିନ୍ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଜାମିନ ଦେବା ସହ ନୁପୁରଙ୍କ ଠାରୁ ଏନସିବିର ଡ୍ରଗ୍ସ ଜବତକୁ ବେଆଇନ୍ କହିଛନ୍ତି କୋର୍ଟ । ଏହା ଏନଡିପିଏସ ଧାରାର ଉଲ୍ଲଂଘନ ।

ଏନଡିପିଏସ୍ ଆଇନର ଧାରା ୪୨ ଏନସିବି ଉଲ୍ଲଂଘନ କରିଥିବା କୋର୍ଟ କହିଛନ୍ତି । ଏନଡିପିଏସ୍ ଆଇନ୍ ଧାରା ୪୨ରେ ୱାରେଣ୍ଟ ନଥାଇ ପ୍ରବେଶ, ଯାଞ୍ଚ, ଜବତ ଓ ଗିରଫଦାରୀ ନେଇ କୁହାଯାଇଛି । ସ୍ୱତନ୍ତ୍ର ବିଚାରପତି ବିବି ପାଟିଲ୍, ଆର୍ୟ୍ୟନ ଖାନ ଡ୍ରଗ୍ସ ମାମଲାର ସହ ଅଭିଯୁକ୍ତ ନୁପୁର ସତିଜାଙ୍କୁ ଜାମିନ୍ ଦେବା ସହ ଯାଞ୍ଚ ଓ ଜବତକୁ ଆଇନ୍ ଉଲ୍ଲଂଘନ ଦର୍ଶାଇଛନ୍ତି ।

 Illegal Seizure And Breach Of Arrest Procedure By NCB In Cruise Drug Case

କୋର୍ଟ ନୁପୁର ସତିଜାଙ୍କ ସହ ୮ ଜଣଙ୍କୁ ଜାମିନ୍ ଦେଇଛନ୍ତି । ଏନସିବି ନୁପୁର ସତିଜାଙ୍କ ସହ ଗୋମିତଙ୍କୁ ଗିରଫ କରିଥିଲା । ଏନସିବିର ଅଭିଯୋଗ ଅନୁସାରେ, ସତିଜାଙ୍କ ରୁମରୁ ୧.୫୯ ଗ୍ରାମର ଏକ୍ସ୍ଟିସ ସହ ୪ଟି ଗୁଳି ଏବଂ ଗୋମିତଙ୍କ ଠାରୁ ୪ ଗୁଳି ଓ ୩ ଗ୍ରାମ କୋକିନ ଏବଂ ୯୩ ହଜାର ଟଙ୍କା ମିଳିଥିଲା । ଯାଞ୍ଚ ମହିଳା ଅଧିକାରୀ ଅନୁପସ୍ଥିତିରେ ହୋଇଥିଲା । ଏପରିକି ସତିଜାଙ୍କୁ ଜଣେ ପୁରୁଷ ଅଧିକାରୀ ଗିରଫ କରିଥିଲେ । ଯାହାକି ଆଇନର ବିରୋଧୀ ବୋଲି କହିଛନ୍ତି ଓକିଲ ।

ଅକ୍ଟୋବର ୨ରେ ଏନସିବି ମୁମ୍ବାଇରେ ମଝି ସମୁଦ୍ରରେ କ୍ରୁଜରେ ରେଡ୍ କରିଥିଲା । ଆର୍ୟନ ଖାନଙ୍କ ସହ ୮ ଜଣ ଅଭିଯୁକ୍ତଙ୍କୁ ଏନସିବି ଗିରଫ କରିଥିଲା । ତଦନ୍ତ ପରେ ମାମଲାରେ ଏନସିବି ଆଉ ୧୨ ଜଣଙ୍କୁ ଗିରଫ କରିଥିଲା । ମାମଲାରେ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆର୍ୟନଙ୍କ ସମେତ ଅଧିକାଂଶ ଅଭିଯୁକ୍ତ ଜାମିନ୍ ପାଇ ସାରିଲେଣି ।

Leave a Reply