ରାଜସ୍ୱ ନିରୀକ୍ଷକ ଅଫିସରେ ବେଡ୍‌ ରୁମ, ଆଉ କ’ଣ କ’ଣ ଚାଲିଛି ଦେଖନ୍ତୁ

1 min read

ଭୁବନେଶ୍ୱର: ସରକାରୀ ଅଫିସରେ ରାସଲୀଳା। ଅଏସ କରୁଛନ୍ତି ରାଜସ୍ୱ ବିଭାଗର କର୍ମଚାରୀ। ରାଜସ୍ୱ ବିଭାଗ ଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ନାମରେ ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ। ଘଟଣାର ସତ୍ୟାସତ୍ୟ ଜାଣିବାପାଇଁ ନନ୍ଦିଘୋଷ ଟିଭି ତରଫରୁ ଢେଙ୍କାନାଳ ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସରେ କରାଯାଇଥିଲା ଷ୍ଟିଂ ଅପରେସନ। ଆଉ ଏହି ଷ୍ଟିଂ ଅପରେସନ ରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଯେତିକି ସାଂଘାତିକ ସେତିକି ଲଜ୍ଜାଜନକ। ଦିନ ଦ୍ଵିପ୍ରହର ରେ ଅଫିସ ଭିତରେ ମଦନିଶାରେ ଶୋଇଛନ୍ତି RI ବାବୁ। ଫ୍ୟାନ୍‌ ଚାଲିଛି କବାଟ ଝରକା ଖୋଲା ଅଛି। କ୍ୟାମେରା ବୁଲୁଛି ହେଲେ ବାବୁଙ୍କର ହୋସ ନାହିଁ। କ୍ୟାମେରାରେ କଏଦ ହୋଇଛି RI ବାବୁଙ୍କର ଦିନଦ୍ଵିପ୍ରହରରେ ଅଫିସ ଭିତରେ ଖୁଲ୍ଲମଖୁଲ୍ଲା ପ୍ରେମ। ସତେ ଯେପରି ଏହା କାର୍ଯାଳୟ ନୁହେଁ ବେଶ୍ୟାଳୟ। ଅଫିସ ଝରକା ପଛପଟେ ହାଇୱେ କଡରେ ଥିବା ଢାବା କିମ୍ବା ବାରର ଆଳିଆଗଦା ପରି ଗଦା ହୋଇ ରହିଛି ମଦବୋତଲ। ଏହା ପ୍ରମାଣିତ କରୁଛି ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସ କୌଣସି ବାର ଠାରୁ କମ ନୁହେଁ।

ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆରଆଇ। ସେପଟେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଉପଜିଲ୍ଲାପାଳ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ପ୍ରଧାନ କରିବା ପାଇଁ ଓଡ଼ାପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply