ମହାପ୍ରସାଦ ଖାଇବେ ଦ୍ରୌପଦୀ, ସକାଳ ଜଳଖିଆରେ ବିନା ପିଆଜ ରସୁଣ ଖାଦ୍ୟ

ଭୁବନେଶ୍ବର: ରାଷ୍ଟ୍ରପତି ହେବା ପରେ ଦୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଶ୍ରୀମନ୍ଦିର ଦର୍ଶନ ପରେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ପୁରୀ ରାଜଭବନରେ ରାଷ୍ଟ୍ରପତିଙ୍କ ପାଇଁ ବ୍ରେକଫାଷ୍ଟର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିନା ପିଆଜ ରସୁଣ ଖାଦ୍ୟ ପରସାଯିବ । ମେନ୍ୟୁରେ ରହିଛି ଅନେକ ପ୍ରକାର ଖାଦ୍ୟ ।

ତରଭୁଜ ଜୁସ, ସପୁରୀ ଜୁସ, ବିଭିନ୍ନ ଫଳ ଜୁସ, ଡାଏଟ କୋକ, ଭିନ୍ ଓ୍ବାଟର, ମିନେରାଲ ପାଣି, ଚା ଓ କଫି, ପଇଡ଼ ପାଣି, ଚିଜ୍ ଓ ଚଟନି ସାଣ୍ଡଓ୍ବିଚ୍, କିସମିସ ମିଶା କଦଳୀ କେକ୍, ଆପୁଲ କ୍ରୋସାଣ୍ଟ, ପୋଦିନା ଓ ତେନ୍ତୁଳି ଚଟଣୀ ସହ ଆଳୁ ଚପ୍, କର୍ନ ଚିଜ୍ ରାପ୍ ରହିଛି । ଏହସହ ଛୋଟ ଇଡଲି, ସମ୍ବର ଚଟଣି, ଢୋକଲା, ବିଦେଶୀ ଫଳ, ଡ୍ରାଏ ଫ୍ରୁଟ୍ସ, ଫ୍ରେସ କଟ୍ ଫ୍ରୁଟସ୍, ଛେନା ଝିଲି ଓ ଗୁଡ଼ରେ ପ୍ରସ୍ତୁତ ହୋଇଥିବା ସନ୍ଦେଶ ରାଷ୍ଟ୍ରପତିଙ୍କ ମେନ୍ୟୁରେ ରହିଛି ।