ଆଫଗାନରୁ ଭାରତ ଫେରିଲେ, ତାଲିବାନୀ ବର୍ବରତାକୁ ବଖାଣିଲେ..

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନମାନେ କବଜା କରିବା ପରେ  ସ୍ୱଦେଶ ଫେରିଲେ ଭାରତୀୟ  ।  ତାଲିବାନୀଙ୍କ କବ୍ଜାରେ କବଳିତ ଥିବା ଭାରତର ଶତାଧିକ ନାଗରିକ ଆଜି ଭାରତ ମାଟିରେ ପଦାର୍ପଣ କରିଛନ୍ତି  । ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଫେରିଛନ୍ତି ୩୦୦ରୁ ଅଧିକ ଭାରତୀୟ । ଗୋଟିଏ ବିମାନରେ କାବୁଲରୁ ଦିଲ୍ଲୀ ଫେରିଛନ୍ତି ୮୭ ଜଣ ଭାରତୀୟ । ଏୟାର ଇଣ୍ଡିଆ ବିମାନଯୋଗେ ଏମାନେ ତାଜିକସ୍ତାନ ଦେଇ ଦିଲ୍ଲୀ ଆସିଛନ୍ତି ।

୮୭ ଜଣକ ମଧ୍ୟରେ ଦୁଇ ଜଣ ନେପାଳୀ ନାଗରିକ ମଧ୍ୟ ଅଛନ୍ତି । ବିମାନରେ ଫେରିବାବେଳେ ଭାରତ ମାତା କି ଜୟ ନାରା ଦେଇଥିଲେ ଯାତ୍ରୀମାନେ । ସେହିଭଳି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ହିଣ୍ଡନ ଏୟାରବେସରେ ପହଞ୍ଚିଛନ୍ତି ଆଉ ୧୦୭ ଜଣ ଭାରତୀୟ । ବାୟୁସେନାର C-17 ବିମାନ ଯୋଗେ ଆସିଛନ୍ତି ଏମାନେ । ସ୍ବଦେଶ ପହଞ୍ଚିବାପରେ ଖୁସି ଜାହିର କରୁଛନ୍ତି ଭାରତୀୟମାନେ ।

ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନେକ ନାଗରିକ ନିଜର ଦୁର୍ବିସହ ଜୀବନକୁ ଉଲ୍ଲେଖ କରିଛନ୍ତି  । କିପରି ସେଠାରେ ତାଲିବାନୀ ମାନେ ନିର୍ଯାତନା ଦେଇ ଆସୁଥିଲେ ଲୁହ ଭର୍ତ୍ତି ଘଟଣାକୁ ବଖାଣିଛନ୍ତି ଆଫଗାନ ଫେରନ୍ତା ନାଗରିକ  ।   କିଭଳି ଆଫଗାନିସ୍ତାନରେ ତାଲିବାନର ଶାସନ ଚାଲିଛି , ତାହାର ଭୟବହତା ମଧ୍ୟ ଅଶ୍ରୁର ସହ ବଖାଣିଛନ୍ତି ଭାରତୀୟମାନେ । ଏଥି ସହ ଦେଶକୁ ଫେରିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । କାବୁଲରୁ ପ୍ରତିଦନ ଭାରତ ଆସିବା ପାଇଁ ଦୁଇଟି ବିମାନ ଉଡାଣକୁ ଅନୁମତି ମିଳିଛି ।

Leave a Reply