ପତ୍ନୀଙ୍କ କରୱାଚୋଥ୍ ପାଇଁ ମୃତ୍ୟୁରୁ ବର୍ତ୍ତିଲେ ସୁୁପରଷ୍ଟାର ଜିତେନ୍ଦ୍ର

ମୁମ୍ୱାଇ : ବଲିଉଡର ୯୦ ଦଶକ ସୁପରଷ୍ଟାର ଜିତେନ୍ଦ୍ର କପୁର । ଯାହାର ନାଁ ହିଁ କାଫି ।  ଅଭିନୟରେ ନିପୁଣ କଳାକାର ମଧ୍ୟରୁ ଜଣେ । ନିଜର ଆକ୍ଟିଙ୍ଗ ମାଧ୍ୟମରେ ସମସ୍ତଙ୍କ ମନ ଜିଣନ୍ତି ସେ । ସୋନିରେ ଚାଲୁଥିବା ବିଗ୍ କମେଡି ସୋ ‘ଦ କପିଲ୍ ଶର୍ମା ସୋ’ରେ ଅତିଥି ଭାବେ ଆସିଥିଲେ ଜିତେନ୍ଦ୍ର ଓ ତାଙ୍କ ଝିଅ ଏକତା । ସୋ ମାଧ୍ୟମରେ ନିଜ ଜୀବନର କିଛି ସତ ଘଟଣା ଦର୍ଶକଙ୍କୁ ଜଣାଇଥିଲେ । ସୋରେ ସେ କହିଥିଲେଯେ କେମିତି ସେ ମୃତ୍ୟୁ ମୁଖରୁ ବଞ୍ଚିଥିଲେ ଏବଂ ତାଙ୍କୁ ଆଉ କେହି ନୁହେଁ ତାଙ୍କ ଧର୍ମପତ୍ନୀ ଶୋଭା କପୁର ହିଁ ତାଙ୍କୁ ଏଭଳି ଅଘଟଣରୁ ବଞ୍ଚାଇଥିଲେ । ଥରେ କରୱାଚୋଥରେ ସେ କୈାଣସି କାମରେ ବାହାରକୁ ବାହାରୁଥିଲେ । ପତ୍ନୀଙ୍କ ପାଇଁ ଜିତେନ୍ଦ୍ରଙ୍କୁ ଫ୍ଲାଇଟ୍ ଧରିବାକୁ କିଛି କ୍ଷଣ ବିଳମ୍ବ ହୋଇଥିଲା । ଆଜି ସେ ଯଦି ଜୀବିତ ଅଛନ୍ତି ତେବେ କେବଳ ତାଙ୍କ ପତ୍ନୀଙ୍କ ପାଇଁ ।

ପ୍ଲେନ୍ କ୍ରାସରୁ ବର୍ତ୍ତିଥିଲେ ଜିତେନ୍ଦ୍ର :

ରାମାନାଇଡୁ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ଜିତେନ୍ଦ୍ରଙ୍କୁ ଚେନ୍ନାଇ ଯିବାର ଥିଲା । ସେଦିନ କରୱାଚୋଥ ଥିବା କାରଣରୁ ପତ୍ନୀ ଶୋଭା ତାଙ୍କୁ କିଛି କ୍ଷଣ ରହିବାକୁ କହିଥିଲେ । ଶୋଭାଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସେ ଜିଦ୍ ଧରି ବସିଥିଲେ । ଏଣୁ ବାଧ୍ୟ ହୋଇ ଜିତେନ୍ଦ୍ରଙ୍କୁ କିଛି ସମୟ ଘରେ ରହିବାକୁ ପଡ଼ିଥିଲା  । ଜିତେନ୍ଦ୍ରଙ୍କ ଫ୍ଲାଇଟ୍ ସନ୍ଧ୍ୟା ୭ଟା ବେଳେ ଥିଲା । ସେ ଏୟାରପୋର୍ଟରେ ପହଁଞ୍ଚିବା ପରେ ଫ୍ଲାଇଟ୍ ଆସିବାରେ ବିଳମ୍ୱ ହେବା ଶୁଣି ଘରକୁ ଫେରିଆସିଥିଲେ । ଚାନ୍ଦ ବାହାରି ନଥିବାରୁ ତାଙ୍କ ପତ୍ନୀ ତାଙ୍କୁ ଯିବାକୁ ଦେଇନଥିଲେ । ଜିତେନ୍ଦ୍ରଙ୍କ ଘରଠୁ କିଛି ଦୂର ଏୟାରପୋର୍ଟ ଥିବାରୁ ଆକାଶରୁ ଏକ ଉଲକାପିଣ୍ଡ ଆସି ପ୍ଲେନ୍ ଉପରେ ଖସିବାର ସେ ଦେଖିଥିଲେ । ଉଲକାପିଣ୍ଡ ଖସିଥିବା ଫ୍ଲାଇଟରେ ସେ ଟିକେଟ୍ ବୁକ୍ କରିଥିବା ପରେ ଜାଣିବାକୁ ପାଇଲେ ।

 

 

 

 

 

 

Leave a Reply