ନୟାପଲ୍ଲୀରେ ସ୍ତ୍ରୀର ବାହାଘର ଭାଙ୍ଗିବା ଘଟଣା ପରେ ଥାନାରେ ଅଣ୍ଡରଟେକିଂ ଲେଖିଲେ ସ୍ୱାମୀ

1 min read

ଭୁବନେଶ୍ୱର : ନୟାପଲ୍ଲୀରେ ସ୍ତ୍ରୀର ଦ୍ୱିତୀୟ ବିବାହକୁ ବିରୋଧ କରି ମେହେନ୍ଦି କାର୍ଯ୍ୟକ୍ରମରେ ପହଞ୍ଚିଥିବା ସ୍ୱାମୀଙ୍କୁ ଏବେ ଥାନାରେ ଅଣ୍ଡରଟେକିଂ ବା ପୋଲିସ ଆଗରେ ଲିଖିତ ଭାବେ ବୟାନ୍ ଦେଇ ଯିବାକୁ ପଡ଼ିଛି । ଗତ ୨୮ ତାରିଖରେ ଅନୁଗୁଳର ରାକେଶ କୁମାର ବାରିକ, ଭୁବନେଶ୍ୱର ନୟାପଲ୍ଲୀର ଜଣେ ଯୁବତୀଙ୍କୁ ବିବାହ କରିଥିବା ନେଇ କହିଥିଲେ ଏବଂ ତାଙ୍କର ଦ୍ୱିତୀୟ ବିବାହ ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ସଂପୃକ୍ତ ବାହାଘର ମଧ୍ୟ ଭାଙ୍ଗି ଯାଇଥିଲା ।

ପରେ ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟ୍ଟା ହୋଇଛନ୍ତି ରାକେସ । ସ୍ୱାମୀ ରାକେଶଙ୍କ ବିରୋଧରେ ସଂପୃକ୍ତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଏହାପରେ ରାକେଶଙ୍କୁ ଥାନାକୁ ଆଣିଥିଲା ପୋଲିସ । ସିଆରପିସିର ଧାରା ୪୧ ଅନୁସାରେ ନୋଟିସ୍ କରି ପୋଲିସ ଛାଡ଼ି ଦେଇଥିଲା ।

https://nandighoshatv.comdisputed-marriage-at-bhubaneswar/

ସଂପୃକ୍ତ ମହିଳାଙ୍କ ପରିବାରଲୋକଙ୍କୁ ହଇରାଣ ହରକତ୍ ନକରିବାକୁ ଲିଖିତ ଆକାରରେ ଦେବାପରେ ରାକେଶଙ୍କୁ ଛାଡ଼ିଥିଲା ପୋଲିସ । ତେବେ ରାକେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀ ସୁରକ୍ଷିତ ଅଛି କି ନାହିଁ ତାହା ଦେଖିବାକୁ ଆସିଥିଲେ । କାହାକୁ ଧମକ ଚମକ ଦେବାକୁ ସେ ଆସିନଥିଲେ । ଥାନାରେ ଅଣ୍ଡରଟେକିଂ ଲେଖିବା ପରେ ରାଜେଶ କହିଛନ୍ତି  ଯେ, ଏହାପରେ କୋର୍ଟରେ ଦେଖାହେବ । ସୂଚନା ଅନୁସାରେ, ୨୦୧୩ ମେ’ ୧୭ ତାରିଖରେ ଉଭୟେ କୋର୍ଟରେ ବିବାହ କରିଥିଲେ । ଉଭୟ ଯୁବକ-ଯୁବତୀ ରାଜ୍ୟ ବାହାରେ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରୁଥିଲେ। ଗତ ୩ ମାସ ହେଲା ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ବିବାଦ ଦେଖା ଦେଇଥିଲା। ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ କୈାଣସି ପ୍ରକାର ଯୋଗାଯୋଗ ନଥିବା ଯୁବକ ଜଣଙ୍କ କହିଥିଲେ ।

Leave a Reply