ସ୍ତ୍ରୀ’ର ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ୱାମୀ ଗିରଫ । ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଭାଇରାଲ୍ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ଵର ସାଇବର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ସରୋଜଙ୍କ ସ୍ତ୍ରୀ ମଞ୍ଚେଶ୍ଵର ଅଞ୍ଚଳରେ ଘରୋଇ ସହାୟକ ଭାବେ କାମ କରୁଛନ୍ତି ।

ସରୋଜ ଭଦ୍ରକରେ ପାଇପ୍ ମିସ୍ତ୍ରୀ କାମ କରନ୍ତି । ସରୋଜ ରୋଜଗାର କରୁଥିଲେ ବି ନିଶାରେ ଟଙ୍କା ଉଡ଼ାଇ ଦେଉଥିଲେ ଓ ମଝିରେ ମଝିରେ ସ୍ତ୍ରୀଙ୍କଠାରୁ ଟଙ୍କା ନେଉଥିଲେ । ଏବେ କିଛି ଦିନ ହେଲା ସ୍ତ୍ରୀ ସରୋଜକୁ ଟଙ୍କା ଦେବା ବନ୍ଦ କରିଦେଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ରାଗରେ ସରୋଜ ସେମାନଙ୍କର ଅନ୍ତରଙ୍ଗ ମୁହର୍ତ୍ତର କିଛି ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲା । ଜଣେ ପଡ଼ୋଶୀ ମହିଳା ଏଭଳି ଭିଡିଓ ଓ ଫଟୋ ଦେଖି ସରୋଜଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ । ଏନେଇ ପତ୍ନୀ ଭୁବନେଶ୍ୱର ଡିସିପି ଅଫିସରେ ଅଭିଯୋଗ କରିଥିଲେ । ଆଇପିସି ଧାରା ୩୮୩ , ୪୨୦ , ୪୯୮ ( ଏ ) , ୫୦୯ ଏବଂ ଆଇଟି ଆକ୍ଟ ଧାରା ୬୭ , ୬୭( ଏ )ରେ ପୋଲିସ ଭଦ୍ରକ ଚାନ୍ଦବାଲିରୁ ଅଭିଯୁକ୍ତ ସରୋଜ କୁମାର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଥିସହିତ ପଢ଼ନ୍ତୁ: ନୂପୁରଙ୍କ ପାଇଁ ବଢ଼ୁଛି ଅଡ଼ୁଆ; ମୁମ୍ୱାଇ ପୋଲିସ ପଠାଇବ ସମନ