ସହରାଞ୍ଚଳ ବିକାଶ ପାଇଁ ଏମ୍ଓୟୁ

1 min read

ଭୁବନେଶ୍ୱର: ପୌରସଂସ୍ଥା ଗୁଡିକୁ ଅଧିକ ସୁଦୃଢ, ରାଜସ୍ୱ ବୃଦ୍ଧି, ଆର୍ଥିକ ପରିଚାଳନାର ସୁବ୍ୟବସ୍ଥାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନରେ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗର ୩ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ  ହୋଇଛି । ନନ୍ଦନ ନିଲକେନି ଓ ଶ୍ରୀକାନ୍ତ ନାଧାମୁନିଙ୍କ ଇ-ଗଭ ଫାଉଣ୍ଡେସନ, ଜନାଗ୍ରହ ସେଣ୍ଟର ଓ ଭାରତୀୟ ଐତିହ୍ୟ ସହର ନେଟୱର୍କ ଫାଉଣ୍ଡେସନ ସହିତ ବୁଝାମଣା ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଜୀବନ ଧାରଣରମାନରେ ପରିବର୍ତ୍ତନ ଆଣିବା ନିମନ୍ତେ ୫-ଟି ନୀତିରେ ପ୍ରଶାସନ ପରିଚାଳନା କରିବାକୁ ତାଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି । ଏହି ବୁଝାମଣା ସହରାଞ୍ଚଳ ଲୋକଙ୍କ ଜୀବନଧାରଣ ମାନରେ ସମୟୋଚିତ ଉନ୍ନତି ଆଣିବାରେ ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ । ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଆଇଏଚ୍‍ସିଏନ୍‍ଏଫ୍‍ର ଅଧ୍ୟକ୍ଷ ତଥା ୟୁନେସ୍କୋର ଅଫିସିଆଲ ସହଯୋଗୀ ଡକ୍ଟର ରାମଚନ୍ଦ୍ରନ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତ ବାଗ୍‍ଚୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ପ୍ରମୁଖ ଉପସ୍ଥିତଥିଲେ ।

Leave a Reply