ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇ ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ

1 min read

ଭୁବନେଶ୍ୱର: ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ ଲଗାଇ ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ । ଶେଷ ଅଙ୍କ ୧,୨,୩,୪,୫,୬ ଥିବା ଗାଡ଼ି ମାଲିକ ଗଣିବେ ଜରିମାନା । ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିର HSRP ଅବଧି ଜାନୁଆରୀ ୩୧ ରହିଛି । ଶେଷ ଅଙ୍କ ୯ ଓ ୦ ଥିବା ଗାଡ଼ିର HSRP ଅବଧି ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ରଖାଯାଇଛି । ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ HSRP ନକଲେ କଟିବ ଇ-ଚାଲାଣ ।

ଏମବିଆଇ ଆକ୍ଟର 192 ଧାରା ଅନୁଯାଇ ପ୍ରଥମ ଥର ପାଇଁ ଗାଡି ମାଲିକ ନିୟମ ଖିଲା କଲେ ୫ ହଜାର ଟଙ୍କା ଚାଲାଣ କଟାଯିବ । ବାରମ୍ବାର ନିୟମ ନ ମାନିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କଟାଯିବ । ବର୍ତ୍ତମାନ ସୁଦ୍ଧ ୩୫ ଲକ୍ଷ ୫୬ ହଜାର ୮୧୯ଟି ସ୍ଲଟ ବୁକିଂ ହୋଇଛି । ସେଥିରୁ ୨୭ ଲକ୍ଷ ୨୪ ହଜାର ୯୮୪ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ଲାଗି ସରିଛି । ବାକି ନମ୍ବର ପ୍ଲେଟ ଅତିଶୀଘ୍ର ଲାଗିଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗ ଆସିଷ୍ଟାଣ୍ଟ କମିଶନର ।