ଆଲିୟାଙ୍କୁ ଘରକୁ ନେବାକୁ ପ୍ରସ୍ତୁତ ରଣବୀର, ଜାଣନ୍ତୁ ଋଷିଙ୍କ ଠାରୁ କେତେ ଭିନ୍ନ ରଣବୀରଙ୍କ ବିବାହ…

ନୂଆଦିଲ୍ଲୀ:  ବହୁ ପ୍ରତୀକ୍ଷାର ଶେଷ ହୋଇଛି । ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ରଣବୀର ଏବଂ ଆଲିୟା । ବିବାହ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିନାହାଁନ୍ତି ଏହି ପ୍ରେମୀ ଯୁଗଳ ।  କିନ୍ତୁ ରଣବୀରଙ୍କ ବିବାହରେ ଯଦି କିଛି ଖାଲି ଖାଲି ଅନୁଭବ ହେଉଥାଏ, ସେ ହେଉଛନ୍ତି ଋଷି କପୂର । ଯଦି ଋଷି କପୂର ବଞ୍ଚିଥାନ୍ତେ ବିବାହରେ ମଜା ଦ୍ୱିଗୁଣିତ ହୋଇ ଯାଇଥାନ୍ତା ।

ରଣବୀର ଏବଂ ଆଲିୟାଙ୍କ ବିବାହ କେବଳ ଦୁଇ ପରିବାରର ଘନିଷ୍ଠ ବନ୍ଧୁଙ୍କୁ ନେଇ ଆୟୋଜିତ ହୋଇଛି । ସମସ୍ତ ରୀତିନୀତିକୁ ଗୁପ୍ତ ରଖାଯାଇଛି ।କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଣବୀରଙ୍କ ବିବାହ ଯେତିକି ଗୁପ୍ତ ଭାବରେ ହେଉଛି ତାହାର ବିପରୀତ ଘଟଣା ଦେଖିବାକୁ ମିଳିଥିଲା ଋଷିଙ୍କ ବିବାହରେ । ଖୁବ୍‌ ଜାକଜମକରେ ବିବାହ କରିଥିଲେ ଋଷି କପୂର ।

୧୯୮୦ରେ ନୀତୁଙ୍କୁ ବିବାହ କରିଥିଲେ ଋଷି କପୂର ଏବଂ ସେହି ବର୍ଷର ତାହା ଥିଲା ସବୁଠାରୁ ବଡ଼ ବିବାହ  । ତାଙ୍କ ବିବାହରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ନିମନ୍ତ୍ରଣ ଦିଆଯାଇଥିଲା ।  ଉଭୟଙ୍କ ବିବାହ ଉତ୍ସବ ପ୍ରାୟ ୨୦ ଦିନ ଧରି ଚାଲିଲା । ନୀତୁ ଥରେ ଏକ ସାକ୍ଷାତକାରରେ କହିଥିଲେଯେ, ତାଙ୍କ ବିବାହରେ ଏତେ ଲୋକ ସାମିଲ ହୋଇଥିଲେଯେ, ଭିଡ଼ ଦେଖି ଋଷି କପୂର ଚେତାଶୂନ୍ୟ ହୋଇ ଯାଇଥିଲେ । କିନ୍ତୁ ରଣବୀରଙ୍କ ବିବାହ ସମ୍ପୂର୍ଣ୍ଣ ଭିନ୍ନ ଉପାୟରେ ଆୟୋଜିତ ହୋଇଛି ।