ଛାତ୍ରୀଙ୍କ ଗାଲକୁ କାମୁଡି ଦେଇଥିଲେ ଡାକ୍ତର, ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

ବ୍ରହ୍ମପୁର: ଛାତ୍ରୀଙ୍କୁ ଶାରିରୀକ ନିର୍ଯାତନା ଦେଇ ଗିରଫ ହେଲେ ହାଉସ ସର୍ଜନ । ଛାତ୍ରୀଙ୍କ ଅଭିଯୋଗ ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଘଟିଛି ଏପରି ଘଟଣା । ୨୨ ବର୍ଷିୟା ମେଡିକାଲ ଶେଷବର୍ଷର ଛାତ୍ରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ନେଇ ହାଉସ ସର୍ଜନ ସୁପନ କୁମାର ପାଢୀଙ୍କ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ହାଉସ ସର୍ଜନ ସୁପନ ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡ଼ି ଦେଇଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲା ଛାତ୍ରୀ । ଏତଲାକୁ ଭିତ୍ତି କରି ବୈଦନାଥପୁର ଥାନା ପୋଲିସ୍ ହାଉସ ସର୍ଜନ ସୁପନ କୁମାର ପାଢୀଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରିଥିବା ଏସପି ସୂଚନା ଦେଇଛନ୍ତି ।