ପ୍ରବାସୀ ଓଡ଼ିଆଙ୍କ ସମସ୍ୟାର ସମାଧାନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାହାର ରାଜ୍ୟରେ ଫସିଥିବା ଓଡିଆଙ୍କ ସୁରକ୍ଷା ପାଇଁ ଓଡିଶା ବିଧାନସଭା ପରିସରରେ ଖୋଲିଲା କଣ୍ଟ୍ରୋଲ ରୁମ । ରାଜ୍ୟ ବାହାରେ ରହୁଥିବା ଶ୍ରମିକ, ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏହି କଣ୍ଟ୍ରୋଲ ରୁମ । ଆଜିଠାରୁ କାର୍ଯ୍ୟକ୍ଷମ ହୋଇଥିବା ଏହି କଣ୍ଟ୍ରୋଲ ରୁମ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ବିଧାନସଭା ସଚିବାଳୟର ଉପ ସଚିବ ଶିଶିରକାନ୍ତ ସ୍ୱାଇଁ ଏହି କଣ୍ଟ୍ରୋଲ ରୁମର ନୋଡାଲ ଅଫିସର ଭାବେ ଦାୟିତ୍ୱରେ ଅଛନ୍ତି । ବିଧାୟକ ଓ ସାଂସଦମାନେ ଏହି କଣ୍ଟ୍ରୋଲ ରୁମ ଜରିଆରେ ରାଜ୍ୟ ବାହାରେ ଫସିରହିଥିବା ଓଡିଆଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିପାରିବେ । ବିଧାନସଭା ସଚିବାଳୟ ଏହିସବୁ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ରାଜ୍ୟର ବିଧାନସଭା ଏବଂ ସଂସଦ ସହ ଯୋଗାଯୋଗ କରି ସେମାନଙ୍କ ସମସ୍ୟାର ସମାଧାନ କରିବେ ।

Leave a Reply