ଛଟ୍ ରେ ୬ଟି ପବିତ୍ର ଫଳ: ଜାଣନ୍ତୁ ଏହି ୬ଟି ଫଳ ଯାହା ଛଟୀ ମାଙ୍କର ଅତି ପ୍ରିୟ
1 min readଛଟ୍ ପୁଜାରେ ଛଟୀ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ତାଙ୍କର ପ୍ରିୟ ଜିନିଷ ଏକାଠି କରିବାରେ ଲାଗି ପଡନ୍ତି । କିଏ ହାଟରୁ ତାଙ୍କ ପ୍ରିୟ ସାମଗ୍ରୀ ଆଣନ୍ତି ତ କିଏ ପୂଜା ଘାଟ ପ୍ରସ୍ତୁତରେ ଲାଗନ୍ତି । କିନ୍ତୁ ଛଟୀ ମାଆଙ୍କ ପ୍ରିୟ ୬ଟି ଫଳ ଆଣିବାକୁ କେବେ ବ ଭୂଲିବେ ନାହିଁ । ଚାଲନ୍ତୁ ଜାଣିବା କଣ ସେଇ ୬ଟି ଫଳ ଯାହା ଛଟୀ ମାଙ୍କର ଅତି ପ୍ରିୟ…
୧- ନଡିଆ
ନାରିକେଳ ସବୁଠାରୁ ଶୁଭ ଓ ପବିତ୍ର ଫଳ । ସେଥିପାଇଁ ଛଟ୍ ପୂଜାରେ ନଡିଆର ବିଶେଷ ମହତ୍ବ ଥାଏ । ପୂଜା ଡାଲାରେ ଗୋଟିଏରୁ ଅଧିକ ନଡିଆ ମଧ୍ୟ ପୂଜା କରାଯାଏ । ନାରିକେଳର ଆବରଣ ମୋଟା ହେତୁ ଏହାକୁ କୌଣସି ପଶୁ ପକ୍ଷୀ ଅଇଁଠା କରି ପାରନ୍ତି ନାହିଁ । ସେ ଦୃଷ୍ଟିରୁ ଏହି ପବିତ୍ର ନାରିକେଳ ମାଙ୍କର ପ୍ରିୟ ଫଳ ।
୨- କଦଳୀ
ନଡିଆ ଭଳି କଦଳୀର ମଧ୍ୟ ପୂଜାରେ ବିଶେଷ ସ୍ଥାନ ରହିଛି । କଦଳୀ ବିଷ୍ଣୁଙ୍କର ପ୍ରିୟ ଫଳ ହୋଇଥିବା ବେଳେ ଏହାର ପତ୍ରରେ ବିଷ୍ଣୁ ବାସ କରୁଥିବା ବିଶ୍ବାସ କରାଯାଏ । ତା ସହ ଏହା ପାଚିବା ପୂର୍ବରୁ କାନ୍ଦୀକୁ କାଟି ଘରେ ରଖି ପଚାଯାଏ । ଯାହା ଦ୍ବାରା ଏହାକୁ କୌଣସି ପଶୁ ପକ୍ଷୀ ଅଇଁଠା କରିପାରନ୍ତି ନାହିଁ । ଏହି ପବିତ୍ର ଫଳରେ ଛଟୀ ମାତାଙ୍କୁ ପ୍ରସନ୍ନ କରିବା ସହ ଲୋକେ ମନୋସ୍କାମନା ପୂରଣ ପାଇଁ କଦଳୀ କାନ୍ଦି ଚଢାଇଥାଆନ୍ତି ।
୩- ଆଖୁ
ଛଟ ପୂଜାରେ ଆଖୁର ବିଶେଷ ମହତ୍ବ ରହିଛି । କୁହାଯାଏ ଆଖୁର ପବିତ୍ରତା ପାଇଁ ଛଟୀ ମାତାଙ୍କର ଏହା ଖୁବ ପ୍ରିୟ । ଏହି ଦିନ ଆଖୁ ପୂଜା କରିବା ସହ କେହି କେହି ଆଖୁରେ ଘର କରି ସେଥିରେ ହାତୀ ରଖି ପୂଜା କରିଥାଆନ୍ତି ।
୪- ବାତାପି ଲେମ୍ବ
ସାମାନ୍ୟ ଲେମ୍ବୁ ଠାରୁ ବଡ ଓ ଖଟାମିଠାର ଏହି ଫଳ ଛଟୀମାତାଙ୍କର ଖୁବ ପ୍ରିୟ । ଏହାର ଚୋପା ମୋଟା ହୋଇଥିବାରୁ କୌଣସି ପଶୁ ପକ୍ଷୀ ଏହାକୁ ଖାଇପାରନ୍ତି ନାହିଁ । ଏହାର ପବିତ୍ରତା ପାଇଁ ଏହି ଲେମ୍ବୁ ମାଙ୍କର ପ୍ରିୟ ।
୫- ଗୁଆ
କୌଣସି ବି ଶୁଭ କାର୍ଯ୍ୟରେ ଗୁଆର ସ୍ଥାନ ସ୍ବତନ୍ତ୍ର । ଗୁଆରେ ପୁଜା ସଂଙ୍କଳ୍ପ କରାଯାଉଥିବା ବେଳେ ମା ଲକ୍ଷ୍ମୀଙ୍କ ମଧ୍ୟ ପ୍ରିୟ । ଏହାର ଶକ୍ତ ଆବରଣ ପାଇଁ ଏହାକୁ ମଧ୍ୟ ପଶୁପକ୍ଷୀ ଅଇଁଠା କରିପାରନ୍ତି ନାହିଁ । ସେଥିପାଇଁ ଛଟୀ ମାଁଙ୍କର ଏହା ଖୁବ ପ୍ରିୟ ।
୬- ପାଣି ସିଂଘଡା
ପାଣିରେ ଫଳୁଥିବା ଏହି ପାଣି ସିଂଘଡା ମା ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ । ଏହାକୁ ରୋଗନାଶକ ଓ ଶକ୍ତିବର୍ଦ୍ଧକ କୁହାଯାଉଥିବା ବେଳେ ଆୟୁର୍ବେଦରେ ଏହା ଏକ ଗୁଣକାରୀ ଫଳ । ପାଣିରେ ହେଉଥିବା ଏହି ଫଳର ଆବରଣ ମୋଟା ହେତୁ ଏହା ମଧ୍ୟ ପଶୁ ପକ୍ଷୀଙ୍କ ଦ୍ବାରା ଅଇଁଠା ହୁଏ ନାହିଁ । ତେଣୁ ଏହା ଛଟୀ ମାଁ ଙ୍କର ଅତି ପ୍ରିୟ । ')}