ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ:  ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର ପରେ ତାଙ୍କୁ ହାଜତକୁ ପଠାଇଦିଆଯାଇଛି । ଭିଜିଲାନ୍ସ ଜଜ୍ ଅନୁପସ୍ଥିତ ଥିବାରୁ ଆଜି ଶୁଣାଣିକୁ ସ୍ଥଗିତ ରଖାଯାଇଛି । ମଳୟଙ୍କୁ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ଆବେଦନ କରିଥିବାବେଳେ ଆସନ୍ତାକାଲି ଏହାର ଶୁଣାଣି ହେବ । ଗତକାଲି ଖଣି ମାଲିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ମଳୟ ।

ଧରାପଡିବା ପରେ ତାଙ୍କୁ କଟକ ମୁଖ୍ୟାଳୟକୁ ଅଣାଯାଇଥିଲା । ପରେ ଆଜି ତାଙ୍କୁ ଢେଙ୍କାନାଳ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଗୁଗଲ ପେ ଓ ଫୋନ୍ ପେ ରେ ଲାଞ୍ଚ ଆଦାୟ କରୁଥିଲେ ମଳୟ । ନିଜ ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା। ରେଡ୍ ବେଳେ ଏକ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଝିଅ ଓ ସ୍ତ୍ରୀ ଫେରାର ଥିବାବେଳେ ତାଙ୍କୁ ଖୋଜୁଛି ଭିଜିଲାନ୍ସ ।