ଓଡ଼ିଶାରେ ଅଛି ସିଂହଭାଗ ଖଣିଜ ସମ୍ପଦ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଭାରତର ଖଣିଜ ସମ୍ପଦ କ୍ଷେତ୍ରରେ ଓଡ଼ିଶାର ସିଂହଭାଗ ରହିଛି । ଓଡ଼ିଶା ଏବେ ଶିଳ୍ପର ହବ ପାଲଟିଛି । ପ୍ରାକୃତିକ ସମ୍ପଦରେ ପ୍ରାଚୁର୍ଯ୍ୟଭରା ଓଡିଶା । ଦେଶର ମୋଟ କ୍ରୋମାଇଟ ରିଜର୍ଭର ୯୬ ପ୍ରତିଶତ ଓଡ଼ିଶାରେ ରହିଛି । ସେହିପରି ନିକେଲ, ବକ୍ସାଇଟ, ମାଙ୍ଗାନିଜ, ଲୁହାପଥର ଓ କୋଇଲା ମଧ୍ୟ ବହୁଳ ପରିମାଣର ରହିଛି । ଏହାଛଡ଼ାର ରାଜ୍ୟର ୪୮୦ କିଲୋମିଟର ବେଳାଭୂମି ଥିବାରୁ ଆନ୍ତର୍ଜାତିକ ବାଣିଜ୍ୟ ସହଜ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତର ଟପ୍ ୧୧ଟି ଆଇଟିଆଇ ସଂସ୍ଥା ଓଡ଼ିଶାରେ ରହିଛି ।

ଏଡିବି ଓ ସିଙ୍ଗାପୁରର ଆଇଟିଇଇଏସ ଏବଂ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ମଧ୍ୟ ପୁଞ୍ଜିନିବେଶ ଲାଗି ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୁଞ୍ଜିପତିଙ୍କ ଲାଗି ରାଜ୍ୟରେ ସିଙ୍ଗଲ ଓ୍ବିଣ୍ଡୋ ପୋର୍ଟାଲ ବ୍ୟବସ୍ଥା ଗୋ-ସ୍ବିଫ୍ଟ ଭଳି ସୁବିଧା ଥିବାରୁ ପୁଞ୍ଜିର ସଫଳ ରୂପାୟନ ସହଜରେ ହୋଇପାରିଛି । ନୂତନ ପ୍ରଯୁକ୍ତି ବିଦ୍ୟା ସହ ରାଜ୍ୟରେ ୧୨ଶହ ଷ୍ଟାର୍ଟଅପ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି । ସେହିପରି ରାଜ୍ୟ ସରକାରଙ୍କ ଫାଇଭ-ଟି ମନ୍ତ୍ର ଶିଳ୍ପ ଓ ଭିତ୍ତିଭୂମି ଲାଗି ଅନେକ ସହାୟକ ହୋଇଛି ।