ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ, ନିୟୋଜିତ ହେବେ ୨୧ରୁ ୨୮ ବର୍ଷ ବୟସ୍କ ଅଫିସର

ନୂଆଦିଲ୍ଲୀ: ଅତ୍ୟାଧୁନିକ ହେଲିକପ୍ଟରରୁ ବିଶ୍ବର ସବୁଠାରୁ ଦାମୀ କାର୍ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ହଜାର ହଜାର ରାଉଣ୍ଡ ବୁଲେଟ, ହ୍ୟାଣ୍ଡକଫ୍, ବ୍ୟାଟନ, ଚାରି ପାଦିଆ ବମ୍ବ ଡିଟେକ୍ଟର, ଏକ କଣ୍ଟ୍ରୋଲ ରୁମ ଓ ଏକ ପାରାଲାଲ କମ୍ୟୁନିକେସନ ସିଷ୍ଟମ । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତରେ ଆସୁଥିବାବେଳେ ତାଙ୍କ ଲାଗି କରାଯାଇଛି ହାଇପ୍ରୋଫାଇଲ ସିକ୍ୟୁରିଟି ବ୍ୟବସ୍ଥା ।

ବାଇଡେନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବାବେଳେ ତାଙ୍କର ପାଖେ ପାଖେ ରହି ସୁରକ୍ଷା ଦେବେ ସବୁଠାରୁ ଅଧିକ ପ୍ରଶିକ୍ଷିତ ଓ ସର୍ବାଧିକ ଫିଟ ଅଫିସର ଯାହାଙ୍କ ବୟସ ୨୧ରୁ ୨୮ ବର୍ଷ ମଧ୍ୟରେ ହୋଇଥିବ । ସେହି ଅଫିସରମାନଙ୍କ ନିକଟରେ ଏମ୪, ଗ୍ଲକ ପରି ପିସ୍ତଲ, ଲଙ୍ଗରେଞ୍ଜ ଓ ସର୍ଟରେଞ୍ଜ ଅସ୍ତ୍ରଶସ୍ତ୍ର ରହିବ । ସେହିପରି ସେମାନଙ୍କ ନିକଟରେ ରହିବ ବୁଲେଟ ପ୍ରୁଫ ବ୍ୟବସ୍ଥା ।

ସୁରକ୍ଷା ଟିମ ନିକଟରେ ଚାରିପାଦିଆ ବମ୍ବ ଡିଟେକ୍ଟର ନିୟୋଜିତ ହେବ । ଏହି ଡିଟେକ୍ଟରଗୁଡିକ ବାଇଡେନଙ୍କ ଚାରିପାଖକୁ ଯାଞ୍ଚ କରିବ । ବାଇଡେନଙ୍କ ଯିବା ଆସିବା ଲାଗି ଦି ବିଷ୍ଟ ସମେତ ଲଙ୍ଗରେଞ୍ଜ ଯାନ ଗୁଡିକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବାଇଡେନ ପହଞ୍ଚିବା ପୂର୍ବରୁ ବିମାନବନ୍ଦର ଆଖପାଖ ଅଞ୍ଚଳ ଖାଲି କରିଦିଆଯିବ ।