ବ୍ରଜରାଜନଗରରେ ହେଭିଓ୍ୱେଟଙ୍କ ହାଇଭୋଲଟେଜ ପ୍ରଚାର

ବ୍ରଜରାଜନଗର: କମ୍ପୁଛି ବ୍ରଜରାଜନଗର । ଉପନିର୍ବାଚନ ପାଇଁ ହାତରେ ଆଉ ୪ ଦିନ ଥିବାବେଳେ ଉଠୁଛି ପଡ଼ୁଛି ଗାଁଠୁ ସହର । ତିନିଦଳର ହେଭିଓ୍ୱେଟ୍ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ନିବେଦନ କରୁଛନ୍ତି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ମଇଦାନରେ ବରିଷ୍ଠ ନେତା ଜୋରଦାର ପ୍ରଚାର କରୁଛନ୍ତି । ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତୀମୂଳକ କାମ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜେଡି ।
ସେହିପରି ବ୍ରଜରାଜନଗରର ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରୁଛି ବିଜୁ ଜନତା ଦଳ । ସମାବେଶ ଜରିଆରେ ମୁଖ୍ୟ ସଂଯୋଜକ ଦୀପାଳି ଦାସ ବିଜୁ ଜନତା ଦଳର ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଚାର ରେସରେ ବିଜେଡି ସବୁଠାରୁ ଆଗରେ ଥିବାବେଳେ ବଡ଼ ବିଜୟ ନେଇ ଦୃଢୋକ୍ତି କରିଛନ୍ତି ପ୍ରାର୍ଥୀ ଅଳକା ମହାନ୍ତି । ସେପଟେ ବିଜେପି ଓ କଂଗ୍ରେସ ବିଭିନ୍ନ ମୁଦ୍ଧା ନେଇ ଭୋଟରଙ୍କ ପାଖରେ ପହଂଚୁଛନ୍ତି ।