ସକ୍ରିୟ ହେବ ଦୁର୍ବଳ ମୌସୁମୀ ଟ୍ରପଲାଇନ୍, କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗ । ତାତିରୁ ମିଳିବ ତ୍ରାହି । ସକ୍ରିୟ ହେବ ଦୁର୍ବଳ ମୌସୁମୀ ଟ୍ରପଲାଇନ୍ । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ୫ ଓ ୬ ତାରିଖରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ଲଘୁଚାପ ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ସତର୍କ କରାଛନ୍ତି ଏସଆରସି ।

ଦୁର୍ବଳ ମୌସୁମୀ ଏବଂ ମେଘମୁକ୍ତ ଆକାଶ ପାଇଁ ଗତ ଜୁନ୍ ୨୫ ତାରିଖରୁ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ୩୬ ଡିଗ୍ରୀ ଉପରେ ତାପାମାତ୍ରା ସହ ୬୦ରୁ ୭୦ ପ୍ରତିଶତ ହ୍ୟୁମିଡିଟି ପାଇଁ ଉପାନ୍ତରୁ ଉପକୂଳ ସବୁଠି ଗୁଳୁଗୁଳି ଜାରି ରହିଛି ।