ରାଜ୍ୟରେ ସପ୍ତାହେ ଧରି ଖେଳିବ କାଳବୈଶାଖୀ, ୪୮ ଘଣ୍ଟା ପରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମାଡ଼ି ଆସୁଛି ବର୍ଷା । ସପ୍ତାହେ ଧରି ଖେଳିବ କାଳବୈଶାଖୀ । ୪୮ ଘଣ୍ଟା ପରେ ପ୍ରବଳ ବର୍ଷା ସମ୍ଭାବନା । ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜଳବାୟୁ ପରିବର୍ତ୍ତନ ଏବଂ ରାଜସ୍ଥାନରୁ ଛତିଶଗଡ ମଧ୍ୟରେ ଥିବା ଟ୍ରପ୍‌ ଲାଇନ୍‌ର ପ୍ରଭାବରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ଆସନ୍ତା ୧ ତାରିଖରୁ ରାଜ୍ୟର ୧୨ଟି ଉପକୂଳ ଜିଲ୍ଲାରେ କାଳବୈଶାଖୀ ତାର କରାଳ ରୂପ ଦେଖାଇବ । ସେଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟର ୧୦ ଟି ଜିଲ୍ଲାରେ ପବନ ସହ ଘଡଘଡି ଯୋଗୁଁ ୟେଲୋ ଆର୍ଲଟ ଦିଆଯାଇଛି । ଏହାସହ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ବର୍ଷା ଓ ଘଡ଼ିଘଡ଼ି ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

ଉପକୂଳରେ ବର୍ଷା ହେଲେ ବି ଆଗାମୀ ୫ ଦିନ ଯାଏଁ ତାତିରେ ସିଝିବ ପଶ୍ଚିମ ଓଡ଼ିଶା । ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼, କଳାହାଣ୍ଡି ଏବଂ ନୂଆପଡ଼ାରେ ପାରା ୪୦ ତଳକୁ ଖସିବ ନାହିଁ ।

Leave a Reply