କରୋନାର ପିକ୍ ସମୟ ପାର କରିସାରିଛି ଦେଶ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

New Delhi, Apr 09 (ANI): Joint Secretary, Ministry of Health & Family Welfare, Lav Agarwal addressing a press conference on ‘COVID-19: Preparedness and Actions are taken’, in New Delhi on Thursday. (ANI Photo)

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହରର କହର ଧିରେ ଧିରେ କମିବାରେ ଲାଗିଛି । ଧୀରେ ଧୀରେ ଦେଶରେ କରୋନା ମିଟର ଖସିବାରେ ଲାଗିଛି। ଲଗାତାର କିଛିଦିନ ହେବ ୧ଲକ୍ଷ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଦେଶରେ କରୋନାର ପିକ୍ ସମୟ ମେ ୭ ପର୍ଯନ୍ତ ଥିଲା ଯାହାକୁ ଦେଶ ପାର କରିସାରିଛି । ଏବଂ ଏହା ପରେ ନୂଆ ମାମଲାରେ ୬୯ ପ୍ରତିଶତ ହ୍ରାସ ପାଇଥିବା ରେକର୍ଡ଼ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ତିନି ସପ୍ତାହ ମଧ୍ୟରେ ଭାରତରେ କରୋନା ପରୀକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗୋଟିଏ ସପ୍ତାହରେ ହାରାହାରି ୨୦ ଲକ୍ଷ ପରୀକ୍ଷା କରାଯାଉଛି। ଏଥିସହ ଦେଶରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଛି। ଭାରତରେ ସଂକ୍ରମଣ ହାର ୮.୩୧ ପ୍ରତିଶତ ରହିଛି। ଭାରତରେ ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୬.୬୨ ପ୍ରତିଶତ ରହିଛି। ଏପ୍ରିଲ୍ ୨୧ ଠାରୁ ଏହା ସର୍ବନିମ୍ନ ସଂକ୍ରମଣ ହାର।

ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ସକ୍ରିୟ ମାମଲା ୫୦ ପ୍ରତିଶତ ହ୍ରାସ ପାଇଛି। ଗୋଟିଏ ଦିନରେ ସକ୍ରିୟ ମାମଲାରେ ୧.୩ ଲକ୍ଷ ପର୍ଯ୍ୟନ୍ତ ହ୍ରାସ ପାଇଛି । ୩୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ, ଏକ ସପ୍ତାହ ହେଲା ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଇଛି। ଏବଂ ଏହା  ଏକ ସକରାତ୍ମକ ଧାରା ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୨୭ ହଜାର ୫୧୦ ମାମଲା ପଞ୍ଜିକୃତ ହୋଇଛି। ମେ ୨୮ ତାରିଖରୁ ଦେଶରେ ଲଗାତାର ଭାବେ ସଂକ୍ରମଣ ସଂଖ୍ୟା ଦୁଇ ଲକ୍ଷରୁ କମ୍ ରହୁଛି। ଏବଂ ଏହା ବ୍ୟତୀତ ଦୈନିକ ସୁସ୍ଥତା ହାର ମଧ୍ୟ ବଢଞିବାରେ ଲାଗିଛି । ସେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ସଂକ୍ରମଣ ହାରଠୁ ଅଧିକ ସୁସ୍ଥତା ହାର ରହିଛି । ବର୍ତ୍ତମାନ ଦେଶରେ ସୁସ୍ଥତା ହାର ୯୨ ପ୍ରତିଶତକୁ ବୃଦ୍ଧି ହୋଇଛି।

Leave a Reply