ମଙ୍କିପକ୍ସ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ଓଡିଶାରେ ହେବ ଟେଷ୍ଟିଂ ବ୍ୟବସ୍ଥା

1 min read

ଭୁବନେଶ୍ୱର: ମଙ୍କିପକ୍ସ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଓଡିଶାରେ ମଙ୍କିପକ୍ସ ଟେଷ୍ଟିଂ ନେଇ ହେବ ବ୍ୟବସ୍ଥା । କେନ୍ଦ୍ରକୁ ଚିଠି ଲେଖିବେ ରାଜ୍ୟ ସରକାର । ଏନେଇ ଖୁବ୍ ଶୀଘ୍ର ଜାରିହେବ SOP । ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି କରାଯିବ । ଶିଶୁରୋଗ, ଚର୍ମରୋଗ ସହ ୩ବିଭାଗର ଡାକ୍ତରଙ୍କୁ ଦିଆଯିବ ତାଲିମ । ବିଶ୍ବରେ ମଙ୍କିପକ୍ସ ଆତଙ୍କ ବଢୁଥିବାବେଳେ ରାଜ୍ୟରେ ଆଗୁଆ ମୁକାବିଲା ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର ।

ମଙ୍କିପକ୍ସ ନେଇ ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ସ୍ବାସ୍ଥ୍ୟ ନିର୍ଦ୍ଦେଶ ବିଜୟ ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ । ଓଡିଶାରେ ଏଯାଏଁ ଚିହ୍ନଟ ମଙ୍କିପକ୍ସ ଚିହ୍ନଟ ହୋଇ ନଥିଲେ ବି ରାଜ୍ୟ ସରକାର ଆଗୁଆ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଝାରସୁଗୁଡ଼ା ଗଲା ଡାକ୍ତରୀ ଟିମ୍ । ଫୁଟା ପାଣି ବ୍ୟବହାର ସହ ମେଡିକାଲ ତୁରନ୍ତ ଆସିବାକୁ ପରାମର୍ଶ ଦିଆଯାଇଛି ।