ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

1 min read

 ନନ୍ଦିଘୋଷ ବ୍ୟୁରୋ: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ  । ବ୍ରଜରାଜନଗରରେ ତାଙ୍କୁ ଗାନ୍ଧୀ ଛକ ଏଏସଆଇ ଗୁଳିମାଡ଼ କରିଥିଲେ  । ଶେଷରେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସ୍ୱତେ ଆଖି ବୁଜିଛନ୍ତି ମନ୍ତ୍ରୀ ନବ ଦାସ  । ଗୁଳିମାଡ଼ ଘଟଣା ଜାଣିବା ପରେ ତୁରନ୍ତ ଆଗୁଆ ମେଡିକକାଲରେ ପହଁଚି ସମସ୍ତ ବ୍ୟବସ୍ଥା କରାଇଥିଲେ ମୁଖ୍ୟମନ୍ତ୍ରୀ  । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା  । ସମସ୍ତ ଅଭିଜ୍ଞ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସ୍ୱତେ ଜୀବନ ଫେରାଇ ଫେରି ପାଇଲେନି  ନବ ଦାସ  ।

୧୨ଟା ୧୫ରେ ବ୍ରଜରାଜନଗର ଗାନ୍ଧିଛକରେ ପହଞ୍ଚିଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଖୁବ୍ ନିକଟରେ ଥିଲା ଗାନ୍ଧିଛକ ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ଦାସ । ପୋଲିସ ବର୍ଦ୍ଦିରେ ଥିବାରୁ ସମସ୍ତଙ୍କ ସନ୍ଦେହରୁ ଦୂରରେ ଥିଲେ ଗୋପାଳ । ହଠାତ୍ ଗୁଳିର ଗର୍ଜନରେ ଘଟଣାସ୍ଥଳରେ ଖେଳିଯାଇଥିଲା ଆତଙ୍କ । ଖୋଦ୍ ଗୋପାଳକୃଷ୍ଣ ନିଜ ସର୍ଭିସ ରିଭଲଭରରୁ ମାତ୍ର ୪ ଫୁଟ ଦୂରତାରୁ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳି ଚଳାଇଥିଲା । ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳି ବାଜିଥିଲା ଜଣେ ସାଧାରଣ ଲୋକଙ୍କ ଦେହରେ । ନିକଟରେ ଥିବା ବ୍ରଜରାଜନଗର ଥାନା ଆଇଆଇସି ଓ ଜଣେ କନଷ୍ଟେବଳ ଆଖି ପିଛୁଳାକେ ଗୋପାଳକୁ କାବୁ କରି ନେଇଥିଲେ ।

ଫଳରେ ଆଉ ଦୁଇଟି ଗୁଳି ବ୍ଲାଙ୍କ ଫାୟାରିଂ ହୋଇଥିଲା । ଗୁରୁତର ଆହତ ନବ ଦାସଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ବର ବିମାନବନ୍ଦରରୁ ଆପୋଲୋ ହସ୍ପିଟାଲ ଯାଏ କରାଯାଇଥିଲା ଗ୍ରୀନ କରିଡର । ଯୁଦ୍ଧକାଳୀନ ଭିତ୍ତିରେ ମନ୍ତ୍ରୀଙ୍କୁ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ଚିକିତ୍ସା ଲାଗି ଗଠିତ ଟିମରେ ରହିଛନ୍ତି ଏସସିବି ମେଡିକାଲ କଲେଜ, ଆପୋଲୋ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ଖ୍ୟାତନାମା ସ୍ପେଶାଲିଷ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ନବ କିଶୋରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ହସ୍ପିଟାଲ ଯାଇ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସାଥୀରେ ଥିଲେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ।