ହାଇକୋର୍ଟରେ ASO ପରୀକ୍ଷା ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଅଦାଲତ

1 min read

କଟକ: ହାଇକୋର୍ଟରେ ASO ପରୀକ୍ଷା ମାମଲା । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଉଚ୍ଚ ଅଦାଲତ । ଚୟନ ପ୍ରକ୍ରିୟା ପ୍ରସଙ୍ଗରେ ହାଇକୋର୍ଟର ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ୩ଟି ଅପିଲ ଦାୟର କରାଯାଇଥିଲା । ASO ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା ।

କ୍ଷମତା ବାହାରକୁ ଯାଇ OPSC ଚୟନ ପ୍ରକ୍ରିୟାର ନିୟମରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଗତ ମେ ୧୯ ତାରିଖରେ ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ OPSC ପକ୍ଷରୁ ଜାରି ମେରିଟ ଲିଷ୍ଟକୁ ଖାରଜ କରିବା ସହ 2 ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ । ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି OPSC ଏବଂ ଅନ୍ୟମାନଙ୍କ ପକ୍ଷରୁ ୩ଟି ପୃଥକ ଅପିଲ ଦାୟର କରାଯାଇଥିଲା ।

ଅପିଲ ଗୁଡିକୁ ଗ୍ରହଣ କରି ଜଣିକିଆ ଖଣ୍ଡପୀଠଙ୍କ ରାୟ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଡିଭିଜନ ବେଞ୍ଚ ଗତ ଅଗଷ୍ଟ ୯ ତାରିଖରେ ସ୍ଥଗିତାଦେଶ ଜାରି କରିଥିଲେ । ତେବେ କ୍ରମାଗତ ଭାବେ ମାମଲାର ଶୁଣାଣି କରି ଡିଭିଜନ ବେଞ୍ଚ ଆଜି ରାୟକୁ ସଂରକ୍ଷିତ ରଖିଛନ୍ତି।