ହରିୟାଣା ସାଧାରଣ ନିର୍ବାଚନ: ୧୦% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା

1 min read

ଆଗାମୀ ହରିୟାଣା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ନେଇ ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରିଫମର୍ସ (ଏଡିଆର) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ପ୍ରତିଦ୍ୱନ୍ଦିତା କରୁଥିବା ୧୧୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୩୮ ପ୍ରାର୍ଥୀଙ୍କ ସତ୍ୟପାଠ ଅନୁଯାୟୀ ପ୍ରକାଶ ପାଇଛି ରିପୋର୍ଟ । ଯେଉଁଥିରେ ପ୍ରାର୍ଥୀଙ୍କ ସମ୍ପତ୍ତି, ଅପରାଧିକ ମାମଲା ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ପ୍ରକାଶ ।

୧୦% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ଅପ୍ରତିଦ୍ୱନ୍ଦ୍ୱତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୧୨ ଅର୍ଥାତ ୧୦% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ଯାହା ଗତ ୨୦୧୪ ତୁଳନାରେ ୩% ଅଧିକ । ରିପୋର୍ଟ ଅନୁଯାଯୀ କଂଗ୍ରେସର ସର୍ବାଧିକ ୧୩ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ଭାରତୀୟ ଜନତା ପାର୍ଟିର ୩ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ।

୪୨% ପ୍ରାର୍ଥୀ କୋଟିପତି

୪୮୧ ଜଣ ପ୍ରାର୍ଥୀ ଅର୍ଥାତ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୪୨% ପ୍ରାର୍ଥୀ କୋଟିପତି । ସେମାନଙ୍କ ସମ୍ପତ୍ତିର ହାରାହାରି ମୂଲ୍ୟ ୪.୩୧ କୋଟି ରହିଛି । ସମୁଦାୟ ପ୍ରାର୍ଥୀଙ୍କ ସମ୍ପତ୍ତି ୫ କୋଟିରୁ ଉର୍ଦ୍ଧ୍ୱ, ୨ କୋଟି ମଧ୍ୟରେ ୧୪ % ପ୍ରାର୍ଥୀଙ୍କ ସମ୍ପତ୍ତି ଏବଂ ୨୩% ପ୍ରାର୍ଥୀଙ୍କ ସମ୍ପତ୍ତି ୫୦ ଲକ୍ଷରୁ ୨ କୋଟି ମଧ୍ୟରେ ରହିଛି । ସେହିଭଳି ୨୨% ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ୧୦ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ  ରହିଥିବାବେଳେ ୨୫% ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ୧୦ ଲକ୍ଷରୁ କମ୍ ।

ଅଧା ପ୍ରାର୍ଥୀ ଅଣ୍ଡର ଗ୍ରାଜୁଏଟ୍

୧୧୩୮ ପ୍ରାର୍ଥୀଙ୍କ ମଧ୍ୟରୁ ପାଖାପାଖି ଅଧା ପ୍ରାର୍ଥୀ ଅଣ୍ଡର ଗ୍ରାଜୁଏଟ ଅର୍ଥାତ ୫୨୪ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବା ତା’ ଠାରୁ କମ୍ । ସ୍ନାତକ ଓ ତା’ ଠାରୁ ଅଧିକ ଶିକ୍ଷାଗତ ଯୋଗତ୍ୟା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ୪୮୪ । ଡିପ୍ଲୋମା ଡିଗ୍ରୀଧାରୀ ପ୍ରାର୍ଥୀଙ୍କ ସଂଖ୍ୟା ୩୫ ରହିଥିବାବେଳେ ନାମକୁ ମାତ୍ର ଶିକ୍ଷିତ ପ୍ରାର୍ଥୀ ୧୯ ଓ ଶିକ୍ଷିତ ପ୍ରାର୍ଥୀଙ୍କ ସଂଖ୍ୟା ୨୫ ରହିଛି ।

ଆସନ୍ତା ୨୧ରେ ୯୦ଟି ବିଧାନସଭା ଆସନ ନେଇ ହରିୟାଣାରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ପ୍ରକାଶିତ ରିପୋର୍ଟକୁ ନେଇ ସାଧାରଣରେ ଚର୍ଚ୍ଚା । ')}

Leave a Reply