ହରସିମରତ କୌର ବାଦଲ ଓ ସୁଖବୀର ବାଦଲ ଚଣ୍ଡିଗଡ଼ରୁ ଗିରଫ
1 min readଚଣ୍ଡିଗଡ଼: ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲଙ୍କୁ ଗୁରୁବାର ଗିରଫ କରାଯାଇଛି । ନୂଆ କୃଷି ଆଇନକୁ ବିରୋଧ କରି ଚଣ୍ଡିଗଡ଼ରେ ପ୍ରବେଶ ପାଇଁ ଚେଷ୍ଟା କରୁଥିଲେ । ହରସିମରତ କୌର ବାଦଲଙ୍କ ସହ ସୁଖବୀର ସିଂହ ବାଦଲ ଓ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ମୁଲ୍ଲାପୁର ନିକଟରୁ ପୋଲିସ ସେମାନଙ୍କୁ ଗିରଫ କରିଛି । କୃଷି ଶୋଭାଯାତ୍ରା ବେଳେ ମୁଲ୍ଲାପୁର ବ୍ୟାରିୟର ନିକଟରେ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସ୍ ଲାଠିଚାର୍ଜ ସହ ପାଣି ମାଡ଼ କରିଥିଲା ।
ਕਿਸਾਨਾਂ ਦੇ ਹੱਕਾਂ ਦੀ ਰਾਖੀ ਲਈ ਆਵਾਜ਼ ਚੁੱਕਣ ਬਦਲੇ ਸਾਨੂੰ ਗ੍ਰਿਫ਼ਤਾਰ ਕੀਤਾ ਜਾ ਰਿਹਾ ਹੈ, ਪਰ ਅਸੀਂ ਸੱਚਾਈ ਦੀ ਪੈਰਵੀ ਕਰ ਰਹੇ ਹਾਂ ਅਤੇ ਇਸ ਜ਼ੋਰ ਜ਼ਬਰ ਨਾਲ ਸਾਡੀ ਸੱਚਾਈ ਦੀ ਆਵਾਜ਼ ਦਬਾਈ ਨਹੀਂ ਜਾ ਸਕੇਗੀ।
Arrested for raising farmers' voice, but they won't be able to silence us.#IkkoNaaraKisanPyaara pic.twitter.com/zzFtt6TqqT
— Harsimrat Kaur Badal (@HarsimratBadal_) October 1, 2020
ପୂର୍ବରୁ କୃଷି ବିଧେୟକକୁ ନେଇ ଶିରୋମଣି ଅକାଳୀ ଦଳ ବିଜେପି ସହ ୨୫ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗିଥିଲା । କୌର ଗିରଫ ହେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅକାଳୀ ଦଳ ଗୁରୁବାର ପଞ୍ଜାବରୁ ଚଣ୍ଡିଗଡ଼ ଯାଏଁ କୃଷି ଆଇନକୁ ବିରୋଧ କରି ଶୋଭାଯାତ୍ରା ବାହାର କରିଥିଲେ । ତିନୋଟି ସ୍ଥାନରୁ ବାହାରିଥିବା ଶୋଭାଯାତ୍ରା ଚଣ୍ଡିଗଡ଼ ଆସୁଥିଲା । ତିନି ଶୋଭାଯାତ୍ରା ରାଜ୍ୟପାଳ ଙ୍କୁ ଭେଟି କୃଷି ଆଇନ୍ ବିରୋଧରେ ଦାବିପତ୍ର ଦେଇଥାନ୍ତେ । ହେଲେ ଚଣ୍ଡିଗଡ଼ ପହଞ୍ଚିବା ପୂର୍ବରୁ ହରସିମରତ ବାଦଲଙ୍କୁ ପୋଲିସ ଗିରଫ କରିଛି ।