କେବେ ସୁସ୍ଥ ହେବେ ହାର୍ଦ୍ଦିକ ପାଣ୍ଡ୍ୟା?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଛି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଆହତ କାରଣରୁ ପାଣ୍ଡ୍ୟା ଖେଳି ନଥିଲେ । ତେବେ ଆଗାମି ତିନି ମ୍ୟାଚରେ ମଧ୍ୟ ହାର୍ଦ୍ଦିକ ଖେଳି ନପାରନ୍ତି ବୋଲି କୁହାଯାଉଛି । ତେବେ ଏଯାବତ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଲିଗାମେଣ୍ଟରେ ଆଘାତ ଲାଗିଥିବାବେଳେ କୌଣସି ହାଡ଼ ଭାଙ୍ଗି ନାହିଁ । ଏବେ ପାଣ୍ଡ୍ୟା ଚିକିତ୍ସିତ ହେଉଥିବାବେଳେ ସେମିଫାଇନାଲ ବେଳକୁ ଫିଟ୍ ହେବା ସହ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶ ବିପକ୍ଷରେ ଭାରତ ମ୍ୟାଚ ଥିବାବେଳେ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସେପଟେ କୁହାଯାଉଛି କି, ଅଶ୍ବିନୀଙ୍କୁ ଦଳରେ ସ୍ଥାନ ମିଳିପାରେ । ଭାରତ ଚଳିତ ବିଶ୍ବକପରେ ୫ ମ୍ୟାଚରୁ ୫ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଦଳର ଖେଳାଳିମାନେ ଦମଦାର ଫର୍ମରେ ରହିଥିବାବେଳେ ଭଲ ପ୍ରଦର୍ଶନ କରୁଛନ୍ତି । ଆଗାମି ଭାରତ ସେମିରେ ପହଞ୍ଚିବା ପାଇଁ ଆଉ ମାତ୍ର ୨ଟି ମ୍ୟାଚ ଆବଶ୍ୟକ ହେଉଛି । କିନ୍ତୁ ଗୋଟିଏ ମ୍ୟାଚ ଜିତିଲେ ମଧ୍ୟ ସେମିରେ ପହଞ୍ଚି ପାରିବ ।