କ୍ରିକେଟ ବ୍ୟାଟକୁ ଆଙ୍ଗୁଳିରେ ବାଲାନ୍ସ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କଲେ ଟିଟିଲାଗଡ଼ର କାହ୍ନୁ ଭୋଇ

1 min read

ଟିଟିଲାଗଡ଼: କ୍ରିକେଟ ବ୍ୟାଟକୁ ଆଙ୍ଗୁଳିରେ ବାଲାନ୍ସ କରି ସୃଷ୍ଟିକଲେ ରେକର୍ଡ । ଟିଟିଲାଗଡର କାହ୍ନୁ ଭୋଇ ୩ ଘଣ୍ଟା ୧୭ ମିନିଟ୍ ବ୍ୟାଟକୁ ନିଜ ଆଙ୍ଗୁଠିରେ ବାଲାନ୍ସ କରି ରଖିଥିଲେ । ଯେଉଁଥିପାଇଁ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ରେକର୍ଡ ଫେ କାହ୍ନୁଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ ।

କଥାରେ ଅଛି ଉଦ୍ୟମେ ସର୍ବ ସିଦ୍ଧି, ଯଦି ମଣିଷ କିଛି କରିବାକୁ ନିଶ୍ଚିତ କରିନିଏ ତାହା କିପରି ଓ କେଉଁ ଉପାୟରେ ମଧ୍ୟ  ହାସଲ କରିଥାଏ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ। ଟିଟିଲାଗଡ ମୁନସିପାଲିଟି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା Guinness World Records ପାଇଁ ଏକ ପ୍ରଚେଷ୍ଟା । ଟିଟିଲାଗଡ କୁରଶୁଡର କାହ୍ନୁ ଭୋଇ ଆଙ୍ଗୁଳିରେ ବ୍ୟାଟ୍ ରଖି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ବର୍ଷ ଛତାକୁ ଆଙ୍ଗୁଳିରେ ବାଲାନ୍ସ କରି Guinness World Recordsରେ ସ୍ଥାନ ପାଇଥିଲେ ।

ଏହା ପୂର୍ବରୁ କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ବାଲେନ୍ସ କରି ରଖିବାର ରେକର୍ଡ ଥିଲା ରାଜସ୍ଥାନର ଆର୍ଯ୍ୟନ୍ ଶର୍ମାଙ୍କ ନାଁରେ। ଆର୍ଯ୍ୟନ ଶର୍ମା ଦୀର୍ଘ ୧ ଘଣ୍ଟା ୧୬ ମିନିଟ କାଳ ବ୍ୟାଟ୍ ବାଲାନ୍ସ କରି ରେକର୍ଡରେ ସ୍ଥାନ ପାଇଥିଲେ । କାହ୍ନୁ ୩ ଘଣ୍ଟା ୧୭ ସେକେଣ୍ଡ ବ୍ୟାଟକୁ ନିଜ ଆଙ୍ଗୁଠିରେ ବାଲାନ୍ସ କରି ରଖିଥିଲେ। ବ୍ୟବହାର ହୋଇଥିବା ବ୍ୟାଟ୍ ୧ କିଲୋ ୬୨ ଗ୍ରାମର ଥିଲା ।