ମେଳନ ପଡ଼ିଆରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ବ୍ୟକ୍ତି ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ହରିଅଙ୍କ ମେଳନ ପଡ଼ିଆରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ମେଳନ ପଡ଼ିଆକୁ ଦାନପୁରର ବିମାନ ଆସିଵା ସମୟରେ କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ । ଏନେଇ ଦାନପୁର ଗାଁର କିଛି ଲୋକ ବିରୋଧ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ।

ଘଟଣାକୁ ନେଇ ଦାନପୁର ଓ ହରିଅଙ୍କ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଲାଗିରହିଥିଲା । ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ମଧ୍ୟ ସ୍ଥିତିକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଗୋଷ୍ଠୀ ସଂଘର୍ଷ ଜାରି ରହିଥିଲା ।
ଏନେଇ ଦାନପୁରରୁ ଆସିଥିବା ୯ ଟି ବିମାନ ମେଳଣ ପଡିଆରୁ ଫେରି ଯାଇଥିଲେ । ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।…