ଭୁଶୁଡିଲା ଶ୍ମଶାନଘର ଛାତ, ଶବସଂସ୍କାର କରୁଥିବା ବ୍ୟକ୍ତି ସାଜିଲେ ଶବ

ଲକ୍ଷ୍ନୌ: ଶ୍ମଶାନ ଘର ନୁହେଁ, ତାହା ଥିଲା ଯମପୁର  । ଶବ ଦାହ କରୁଥିବା ବ୍ୟକ୍ତି ନିଜେ ପାଲଟିଗଲେ ଶବ  । ଜୁଇରେ ନିଆଁ ଲଗାଉଥିବା ମଣିଷମାନେ ଶେଷରେ ନିଜେ ଶୋଇଗଲେ ଯୁଇରେ  । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ  ।  ଅନ୍ତିମ ସଂସ୍କାର ବେଳେ ଅଘଟଣ । ଅନ୍ତିମ କାର୍ଯ୍ୟ ବେଳେ ଶ୍ମସାନ ଘର ଭୁଷୁଡି ୧୮ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି 15ରୁ ଅଧିକ ଲୋକ ଛାତ ତଳେ ଫଶି ରହିଛନ୍ତି । ଗାଜିଆବାଦର ମୁରାଦନଗର ଅଞ୍ଚଳରେ ଘଟିଛି ଘଟଣା । ଖବର ମିଳିବାପରେ ଗାଜିଆବାଦ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେପଟେ ଘଟଣାସ୍ଥଳରେ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ମୁରାଦନଗରରେ ଘଟିଥିବା ଆକସ୍ମିକ ଦୁର୍ଘଟଣାରେ ୧୮ ଲୋକଙ୍କ ଜୀବନ ଯିବା ସ୍ଥାନୀୟ ଅଞ୍ଚଳରେ ଶୋକବାର୍ତ୍ତା ବିଛାଇଦେଇଛି ।

ଆଜି ସକାଳେ କିଛି ଲୋକ ଶ୍ମଶାନରେ ଶବ ସଂସ୍କାର କାର୍ଯ୍ୟ ଜାରି ରଖିଥିଲେ । ଏହି ସମୟରେ ହଠାତ ବର୍ଷା ହୋଇଥିଲା । ଏବଂ ବର୍ଷା ହେବା ଯୋଗୁଁ ଏହି ସମୟରେ ବର୍ଷା ହେବାରୁ ଶ୍ମଶାନରେ କୋଠା ତଳେ ଆଶ୍ରୟ ନେଇଥିଲେ ଉପସ୍ଥିତ ଲୋକେ । କିଛି ସମୟ ମଧ୍ୟରେ ଛାତଟି ସେଠାରେ ଭୁଷୁଡି ପଡିଥିଲା । ଫଳରେ ଉପସ୍ଥିତ ଛାତ ତଳେ ୩୦ରୁ ଅଧିକ ଲୋକ ଫସି ରହିଥିବାବେଳେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଛାତଟି ଭୁଷୁଡି ପଡିଥିବା ଜଣାପଡିଛି । ଅନ୍ତିମକାର୍ଯ୍ୟ ବେଳେ ୧୮ ଜଣଙ୍କ ଅନ୍ତିମଯାତ୍ରା ଘଟଣା ଯେତିକି ଦୁଃଖଦ, ସେତିକି ଦୟନୀୟ ମଧ୍ୟ । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଶେଷକାର୍ଯ୍ୟ ସମ୍ମନ ହେଲା ସମୟରେ ଛାତ ଭୁଷୁଡି ପଡିବା ଫଳରେ ବଡ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିତିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply