୯୧ ବର୍ଷ ବୟସରେ ଘରୁ ବେଘର ହେଲେ ପଦ୍ମଶ୍ରୀ ମାୟାଧର ରାଉତ

1 min read

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଖେଳଗାଁରେ ରହୁଥିବା ୯୧ ବର୍ଷୀୟ ଓଡ଼ିଆ ନୃତ୍ୟଶିଳ୍ପୀ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଗୁରୁ ମାୟାଧର ରାଉତଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଦିଆଯାଇଛି । ମଙ୍ଗଳବାର ତାଙ୍କ ଘରେ ପହଞ୍ଚି ଅଧିକାରୀମାନେ ଘରର ସମସ୍ତ ଆସବାବପତ୍ର ବାହାରକୁ ବାହାର କରି ଦେଇଛନ୍ତି । ତେବେ ଘର ଖାଲି କରିବା ପାଇଁ ଆବଶ୍ୟକୀୟ ସମୟ ଦେଇନଥିବା ଅଭିଯୋଗ ଆଣିଛନ୍ତି ପଦ୍ମଶ୍ରୀ ମାୟାଧର ରାଉତ ।  ଅନ୍ୟପଟେ ଏହାକୁ ନେଇ ସଫେଇ ଦେଇଛନ୍ତି ସରକାରୀ କର୍ମଚାରୀ ।

ସୂଚନାଯୋଗ୍ୟ କେବଳ ମାୟାଧର ରାଉତ ନୁହଁନ୍ତି ବରଂ ଆଗାମି କିଛି ଦିନ ମଧ୍ୟରେ ଅନ୍ୟ ୧୨ ଜଣ କଳାକାରଙ୍କ ବଙ୍ଗଳାକୁ ମଧ୍ୟ ଖାଲି କରିଦିଆଯିବ । ବୁଧବାର ହାଇକୋର୍ଟରେ ଏହାକୁ ନେଇ ଶୁଣାଣି ହେବ ।

ଗଣମାଧ୍ୟମ ସହ କଥା ହେବାବେଳେ ମାୟାଧରଙ୍କ ଝିଅ କହିଛନ୍ତିଯେ, ଆସିବା ପୂର୍ବରୁ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଅଚାନକ ଆସି ସଂଧ୍ୟା ୫ଟା ସୁଦ୍ଧା ଘର ଖାଲି କରିଦେଲେ । ତେବେ ଏତେଶୀଘ୍ର ରହିବା ପାଇଁ କେଉଁଠି ବ୍ୟକସ୍ଥା କରିବେ, ତାହା ମାୟାଧରଙ୍କ ପାଇଁ ଚିନ୍ତାର ବିଷୟ । ତେବେ ଜଣେ କଳାକାରଙ୍କ ପ୍ରତି ଏଭଳି ସମ୍ମାନ ଦେଖାଇ ଥିବାରୁ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ମାୟାଧର ଓ ତାଙ୍କ ଝିଅ । ଘରକୁ ପ୍ରବେଶ କରିବା ମାତ୍ରେ ଜିନିଷ ସବୁ ଫିଙ୍ଗିବା ଆରମ୍ଭ କରିଦେଲେ, ଯଦି ଆମକୁ ପୂର୍ବରୁ ନୋଟିସ୍‌ ଦେଇଥାନ୍ତେ ତେବେ ଆମେ ଘର ଖାଲି କରି ଦେଇଥାନ୍ତୁ ବୋଲି ମଧ୍ୟ କହିଛନ୍ତି ମାୟାଧରଙ୍କ ଝିଅ ।

ଅନ୍ୟପଟେ ସରକାରଙ୍କ କହିବା ହେଉଛି ବର୍ଷ ବର୍ଷ ଧରି କଳାକାରମାନେ ବଳକା ଶୁଳ୍କ ପୈଠ କରିନାହାଁନ୍ତି । ଯେଉଁଥିପାଇଁ ଘର ଖାଲି କରାଯାଉଛି । ତେବେ ଘର ଖାଲି କରିବାକୁ ଥିବା ଅନ୍ୟ ୧୨ ଜଣ କଳାକାରଙ୍କ ବୟସ ୭୦ ବର୍ଷରୁ ଅଧିକ । ଏହି ମାମଲାରେ ସରକାର ଏବଂ ହାଇକୋର୍ଟଙ୍କ କହିବା ହେଉଛି ଆବଣ୍ଟନ ପରେ କଳାକାର ଜବରଦସ୍ତି ଘରେ ରହିପାରିବେ ନାହିଁ ।

[DISPLAY_ULTIMATE_SOCIAL_ICONS]