ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କୋଭିଡ ରିପୋର୍ଟ ନେଗେଟିଭ

ଭୁବନେଶ୍ୱର: ଟାଟାରେ ନିଯୁକ୍ତି ଠକେଇ ମାମଲାରେ ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କୋଭିଡ ରିପୋର୍ଟ ନେଗେଟିଭ । ବ୍ରହ୍ମପୁର ଜେଲରୁ ସୁରକ୍ଷା ଭିତରେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ କୋଭିଡ ଟେଷ୍ଟ କରାଯାଇଥିଲା । ଗୋଳନ୍ଥରା ଥାନାରେ ଥିବା ୩ଟି ଠକେଇ ମାମଲାରେ ବ୍ରହ୍ମପୁର ଓଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ଗୋପାଳପୁର ବିଧ୍ୟାୟକ ପ୍ରଦୀପ ପାଣିଗ୍ରାହୀ ।

ଏହାପରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି ୩ ଦିନ । କୋର୍ଟରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଝାରପଡ଼ା ଜେଲକୁ ଫେରାଇ ନେବାକୁ ପ୍ରଦୀପ ଅନୁରୋଧ କରିଥିଲେ । ପରେ ତାଙ୍କୁ ତାଙ୍କ ସହରର ଜେଲ୍‌କୁ ପଠାଇ ଦିଆଯାଇଥିଲା । ତେବେ ଟାଟା ନାଁରେ ନିଯୁକ୍ତି ଠକେଇ ମାମଲାରେ ପୋଲିସ ରିମାଣ୍ଡରେ ନେବାକୁ ଆବେଦନ କରିପାରେ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗୋଳନ୍ଥରା ଥାନା ଗୁଣୁପୁର ଗାଁର ଲକ୍ଷ୍ମୀନାରାୟଣ ନାୟକ, ଚିକରଡ଼ା ଗାଁର ପ୍ରଶାନ୍ତ କର ଓ କେଲୁଆପଲ୍ଲୀର ପ୍ରଭାତ ନାୟକ ଆଣିଥିଲେ ଠକେଇର ଅଭିଯୋଗ ।

Leave a Reply